ରନେଓ୍ଵରୁ ବାହାରି ରାସ୍ତା ଉପରେ ଚାଲିଲା ପ୍ଲେନ ! ୧୩୫ ଯାତ୍ରୀଙ୍କୁ ନେଇ ଆସୁଥିଲା ବିମାନ, ଦେଖନ୍ତୁ ଭିଡିଓ

ରାସ୍ତାରେ ଗଲାବେଳେ ସବୁଲୋକ ନିଜ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଅନ୍ତି। କିନ୍ତୁ କେହି ଚିନ୍ତା କରିନଥିବେ ଯେ ଆପଣ ଚାଲୁଥିବା ରାସ୍ତାରେ ହଠାତ୍‌ ବିମାନ ଲ୍ୟାଣ୍ଡ କରିବ। ଇରାନରେ ୧୩୫ ଯାତ୍ରୀଙ୍କୁ ନେଇ ଆସୁଥିବା ଏହି ବିମାନ ରନେଓ୍ଵ ଠାରୁ ବହୁତ ଆଗକୁ ଚାଲିଯାଇ ରାସ୍ତା ଉପରେ ଅଟକିଗଲା। କିନ୍ତୁ ସବୁଠାର ୁଭଲ କଥା ହେଉଛି ଏହି ଘଟଣାରେ କାହାରି କ୍ଷତି ଘଟିନାହିଁ ଏବଂ ରାସ୍ତାରେ ଯାଉଥିବା ଲୋକଙ୍କର କୌଣସି ପ୍ରକାର କ୍ଷତି ଘଟିନାହିଁ।

planeସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ କ୍ୟାପସନ ଏୟାରଲାଇନ୍ସର ଏକ ପ୍ଲେନ ରାସ୍ତାର ଠିକ୍‌ ମଝାମଝିରେ ଲ୍ୟାଣ୍ଡ କଲା। ଯେଉଁ କାରଣରୁ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରାଫିକ୍‌ ଅଟକି ରହିଲା। ଏହି ସମୟରେ ଅନେକ ଲୋକ ପ୍ଲେନର ଭିଡିଓ ବନାଉଥିବା ଦେଖିବାକୁ ମିଳିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କତା ହେଉଛି ପ୍ଲେନ କିମ୍ବା ପ୍ଲେନରେ ବସିଥିବା ଯାତ୍ରୀଙ୍କର କୌଣସି ପ୍ରକାର କ୍ଷତି ଘଟିନାହିଁ। ଲ୍ୟାଣ୍ଡିଂ ସମୟରେ ପ୍ଲେନର ଚକା ଖୋଲା ଯାଇନଥିଲା।

video courtesy : Farvartish Rezvaniyeh 

ଯେତେବେଳେ ପ୍ଲେନଟି ରହିଲା, ସେତେବେଳେ ଯାତ୍ରୀ ମାନେ ଜଣେ ଜଣଙ୍କୁ ସାହାଯ୍ୟ କଲେ। କିଛି ଲୋକ ଆପାତକାଳୀନ ଦ୍ୱାର ଦେଇ ବାହାରକୁ ବାହାରିଥିଲେ। ଏହାପରେ ସବୁ ଯାତ୍ରୀ ସୁରକ୍ଷିତ ବାହାରକୁ ବାହାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.