ଲତା ମଙ୍ଗେଶକରଙ୍କ କୋଳରେ ଦେଖିବାକୁ ମିଳିଲେ ୨/୩ ମାସର ଋଷି କପୁର, ଭାବୁକ ହୋଇ ଋଷି କହିଲେ ‘କଣ ମୁଁ ଦୁନିଆକୁ କହିପାରେ..’ ?

ବଲିଉଡ ଅଭିନେତା ଋଷି କପୁର ନିଜର ଟ୍ୱିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତ । ଅଭିନେତା ପ୍ରାୟତଃ ନିଜର ବିଚାରକୁ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଥାନ୍ତି । ତେବେ ନିକଟରେ ଋଷି କପୁର ଟ୍ୱିଟରରେ ଏକ ଏପରି ଫଟୋ ସେୟାର କରିଛନ୍ତି ଯାହା ତାଙ୍କପାଇଁ ବହୁତ ମୂଲ୍ୟବାନ ବୋଲି କହିଛନ୍ତି । ଏହି ଫଟୋରେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକର ୩ ମାସର ଋଷି କପୁରଙ୍କୁ ନିଜ କୋଳରେ ଧରିଥିବା ଦେଖିବାକୁ ମିଳିଛି । ତେବେ ଏହି ଫଟୋ ସେୟାର କରିବା ସମୟରେ ଋଷି କପୁର ବହୁତ ଇମୋସନାଲ ହୋଇପଡିଥିବା ଦେଖିବାକୁ ମିଳିଛି ।

ଋଷି କପୁର ଏହି ଫଟୋ ସେୟାର କରିବା ସହିତ ନିଜ କ୍ୟାପ୍ସନରେ ଲେଖିଛନ୍ତି “ନମସ୍ତେ ଲତା ଜି, ଆପଣଙ୍କ ଆଶୀର୍ବାଦରୁ ଦେଖନ୍ତୁ ମୋର ଦୁଇ/ତିନି ମାସ ବୟସର ଫଟୋ ମିଳିଗଲା । ସବୁବେଳେ ଏମିତି ଆପଣଙ୍କ ଆଶୀର୍ବାଦ ମୋ ଉପରେ ରହିଥାଉ । ବହୁତ ବହୁତ ଧନ୍ୟବାଦ । କଣ ମୁଁ ଟ୍ୱିଟରରେ ଏହି ଫଟୋଦେଇ ଦୁନିଆକୁ ଜଣାଇପାରିବି ? ଏହା ମୋ ପାଇଁ ସବୁଠାରୁ ମୂଲ୍ୟବାନ ଫଟୋ ଅଟେ” । ତେବେ ଋଷି କାପୁରଙ୍କ ଏହି ଫଟୋ ଉପରେ ଫ୍ୟାନ୍ସ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

 

ୱାର୍କଫ୍ରଣ୍ଟ କଥା କହିଲେ ଋଷି କପୁରଙ୍କ ଫିଲ୍ମ ‘ଦ ବଡି’ ନିକଟରେ ରିଲିଜ ହୋଇଛି । ତେବେ ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତା ଇମ୍ରାନ ହାସମୀ ମଧ୍ୟ ଦେଖିବାକୁ ମିଳିବେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.