Below header

ଝିଅକୁ ଧୋକା ଦେଲା ମା, ଜ୍ୱାଇଁ ସହିତ କଲା ହନିମୁନ

ଝିଅ ବାହାଘର ପରେ ପ୍ରତି ମା’ ଭଗବାନଙ୍କ ପାଖରେ ଗୁହାରି କରିଥାନ୍ତି କି ତାଙ୍କ ଝିଅ କେମିତି ସୁଖରେ ଘରସଂସାର କରୁ । ତା ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାରର ଅସୁବିଧା ନ ଆସୁ । କିନ୍ତୁ ଜଣେ ମା ‘ ହିଁ ଯେତେବେଳେ ଝିଅର ଘର ଭାଙ୍ଗି ଦିଏ ଝିଅ ପାଇଁ ତା’ ଠାରୁ ଦୁଃଖର କଥା ଆଉ କଣ ଅଛି । ଏମିତି ହିଁ ଏକ ଘଟଣା ଘଟିଛି ଲଣ୍ଡନର ତାବିକଏନହନ ଅଂଚଳରେ । କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୩୪ ବର୍ଷୀୟା ଏହି ମହିଳାଙ୍କ ଯନ୍ତ୍ରଣାଦାୟକ କାହାଣୀ ଶୁଣି ଯେ କେହି ବି ଆଶ୍ଚର‌୍ୟ୍ୟ ହୋଇଯିବ । ଲୋରେନ ନାମକ ଏହି ମହିଳା ଜଣକ କହିଛନ୍ତି କି ଆଜକୁ ପାଖାପାଖି ୧୦ ବର୍ଷ ତଳେ ତାଙ୍କର ଓ ତାଙ୍କ ପ୍ରଥମ ସ୍ୱାମୀ ପଲଙ୍କର ବିବାହ ହୋଇଥିଲା ।

woman new

ବାହାଘରରେ ମା ଜୁଲି ପାଖାପାଖି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ । ନିଜ ନୂଆ ସମ୍ପର୍କକୁ ନେଇ ଉଭୟ ପତିପତ୍ନୀବି ବେଶ ଖୁସି ଥିଲେ । କିନ୍ତୁ ଏହି ଖୁସି ବେଶୀ ଦିନ ତିଷ୍ଠି ନଥିଲା । ବିବାହ ପରେ ହନିମୁନରେ ଯିବା ସମୟରେ ଲୋରେନ ନିଜ ମା’ ଜୁଲିଙ୍କୁ ତାଙ୍କ ସହ ନେଇ ଯାଇଥିଲେ । ସେସମୟରେ କିନ୍ତୁ ଲୋରେନଙ୍କୁ ଜଣା ନଥିଲା କି ଏହା ତାଙ୍କ ଜୀବନର ଅନ୍ତିମ ସୁଖ ଯାତ୍ରା ହେବ ବୋଲି । ନିଜ ସ୍ୱାମୀଙ୍କ ସହ ସେ ଶେଷ ଥର ପାଇଁ ଖୁସିର ମୁହୂର୍ତ୍ତ କାଟି ପାରିବେ ବୋଲି । ଟ୍ରିପ ପରଠୁ ହିଁ ତାଙ୍କ ମା’ ନିଜ ଜ୍ୱାଇଁଙ୍କ ସହ ଏକାଠି ରହିବାକୁ ଲାଗିଥିଲେ । ଖାଲି ସେତିକି ନୁହେଁ ପରେ ସେମାନଙ୍କର ଏକ ଝିଅ ମଧ୍ୟ ହୋଇଥିଲା ।

ପରେ ପରେ ଜୁଲି ଓ ପଲ ଉଭୟ ବିବାହ ମଧ୍ୟ କରିଥିଲେ । ପ୍ରଥମେ ପ୍ରଥମେ ଜୁଲି ନିଜର ଏହି ସମ୍ପର୍କକୁ ସ୍ୱୀକାର କରିନଥିଲେ ମଧ୍ୟ ପରେ କିନ୍ତୁ ସମୟ ଅନୁଯାୟୀ ଏହାକୁ ମାନି ନେଇଥିଲେ । କିଛି ଦିନ ପରେ ଲୋରେନ ବି ୨ୟ ବିବାହ କରି ନିଜ ଜୀବନ ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.