ମୋର ନୁହଁ ତ କାହାର ନୁହଁ ! ଯୁବତୀଙ୍କ ପ୍ରେମ ନିବେଦନକୁ ସମ୍ମତି ନଦେବା ପଡିଲା ମହଙ୍ଗା, ଯୁବତୀ କରିଦେଲେ ଏସିଡ୍ ଆଟକ୍

ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ଯୁବତୀଙ୍କ ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିବା। ରାଗରେ ଆସି ଯୁବକଙ୍କ ମୁହଁକୁ ଏସିଡ୍ ଆଟାକ୍ କଲେ ଯୁବତୀ। ଘଟଣା ଘଟିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ମୋରାୱାନ୍‌ ଥାନା ଅଧୀନସ୍ଥ ଗୋଡ଼ମାଉ ଗ୍ରାମରେ। ମିଳିଥିବା ସୂଚନା ମୁତାବକ ୨୪ ବର୍ଷୀୟ ରୋହିତ ଯାଦବ ନାମକ ଜଣେ ଯୁବକ ଏକ ଡାଏରୀ ଫାର୍ମରେ କାମ କରୁଥିଲେ। ଯୁବକଙ୍କ ନିକଟବର୍ତ୍ତି ଅଞ୍ଚଳର ଜଣେ ଛୋଟ ଜାତିର ଯୁବତୀ ଦୀର୍ଘଦିନ ହେବ ଯୁବକ କାମ କରୁଥିବା ଡାଏରୀ ଫାର୍ମ ଯାଇ ପ୍ରେମ ନିବେଦନ କରିଆସୁଥିଲେ। କିନ୍ତୁ ଯୁବକ ଜଣକ ଯୁବତୀଙ୍କ ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଆସୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣକ ଯୁବକଙ୍କ ମୁହଁକୁ ନଷ୍ଟ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ସୋମବାର ଦିନ ଯୁବକ ଜଣକ ଟ୍ୟାଙ୍କରରେ କ୍ଷୀର ସପ୍ଲାଏ କରି ଆସିବା ପରେ ଡାଏରୀ ଧୋଇବା କାର୍ଯ୍ୟରେ ଲାଗିପଡିଥିଲେ। ଏହି ସମୟରେ ଯୁବତୀ ଜଣକ ଏସିଡ୍ ଆଣି ଯୁବକଙ୍କ ଉପରେ ପକାଇଦେଇଥିଲେ। ଯାହା ଫଳରେ ଯୁବକଙ୍କ କାନ, କାନ୍ଧ, ପିଠି ଓ ଛାତିରେ ଏସିଡ ପଡି ଜଳିଯାଇଛି।

Image result for young girl acid attack to A BOY SHADOW

ଏହି ଘଟଣା ପରେ ପରିବାର ଲୋକେ ଯୁବକଙ୍କୁ ସ୍ଥାନୀୟ ମେଡିକାଲ ନେବା ସହ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଯୁବତୀ ଓ  ତାର ବାପା ମାକୁ ଅଟକ ରଖି ପଚରାଉଚରା କରିବାରୁ ଯୁବତୀ ଜଣକ ସବୁ ସତ କଥାକୁ ପୋଲିସ ଆଗରେ ବଖାଣିଥିଲା। ଯୁବକ ଜଣକ ବାରମ୍ବାର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ରାଗରେ ଏହି ଏସିଡ ଆଟାକ କରିଛି ବୋଲି କହିଛି।

Leave A Reply

Your email address will not be published.