ପୁରୀ: ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା, ପରିଚାଳନା କମିଟି ବୈଠକରେ ହେଲା ନିଷ୍ପତ୍ତି

ପୁରୀ(କେନ୍ୟୁଜ୍):ଜାତୀୟକରଣ ବ୍ୟାଙ୍କରେ ରହିବ ପୁରୀ ଶ୍ରୀମନ୍ଦିର ଟଙ୍କା। ସେହିପରି ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଇସ୍କନ ଓ ଅନ୍ୟାନ୍ୟ ସଂସ୍ଥାକୁ ପତ୍ର ଲେଖି ଜଣାଇବେ ଗଜପତି। ଶ୍ରୀମନ୍ଦିରର ନିଲାମ ବ୍ୟବସ୍ଥାକୁ ସରଳୀକରଣ କରାଯିବ ।ଶ୍ରୀମନ୍ଦିର ଅଧୀନରେ ଥିବା ଖଣିକୁ ସୁରକ୍ଷା ଦେବାକୁ OMCର ସହଯୋଗ ନିଆଯିବ । ପୁରୀରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ବୈଠକରେ ମୁଖ୍ୟ ପ୍ରଶସାନ କ୍ରିଷନ କୁମାର, ଜିଲ୍ଲାପାଳ, ଏସ୍‌ପି, ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.