କରୋନା ଭାଇରସ୍‌ ସମ୍ପର୍କିତ ୫ଟି ଭ୍ରାନ୍ତ ଧାରଣା, ଯାହାକୁ ଆପଣ ବିଶ୍ୱାସ କରିବା ଉଚିତ ନୁହେଁ, ଜାଣନ୍ତୁ ସେ ସମ୍ପର୍କରେ

ଚୀନ୍‌ରେ ମହାମାରୀ ରୂପ ଧାରଣ କରିଛି କରୋନା ଭାଇରସ୍‌। ଜଙ୍ଗଲ ନିଅାଁ ଭଳି ଏହା ବ୍ୟାପି ଚାଲିଥିବା ବେଳେ ସାରା ବିଶ୍ୱରେ ବି ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି। ତେବେ ଏହାରି ଭିତରେ ଅନେକ ଭ୍ରାନ୍ତ ଧାରଣା ବା ଗୁଜବ ପ୍ରସାରିତ ହେଉଛି, ଯଦ୍ଦ୍ଵାରା ଲୋକେ ବେଶି ପ୍ରଭାବିତ ହେଉଛନ୍ତି। ଯେପରି କେବଳ ଚୀନବାସୀ nCoVରେ ଆକ୍ରାନ୍ତ ଅଛନ୍ତି, ଚୀନର ଖାଦ୍ୟପେୟରୁ ଆପଣଙ୍କୁ କୋରୋନା ଭାଇରସ୍‌ ବ୍ୟାପିପାରେ, ପ୍ରତିରୋଧକ ଟୀକାକରଣ ଉପଲବ୍ଧ ଅଛି, ଏହିଭଳି ଅନେକ ଭୁଲ୍‌ ତଥ୍ୟ ଏବେ ସାମ୍ନାକୁ ଆସୁଛି। ଆଜି ଆମେ ଆପଣଙ୍କୁ କରୋନା ଭାଇରସ୍‌ ସମ୍ପର୍କିତ ୫ଟି ଭ୍ରାନ୍ତ ଧାରଣାକୁ ଦୂର କରିବାକୁ ଯାଉଛୁ।

c2

c7

୧. ଅନ୍ୟ ଭାଇରସ୍‌ ତୁଳନାରେ ଅଧିକ ଭୟଙ୍କର

ଏବେ ନିଅାଁରେ ଘିଅ ଢ଼ାଳୁଛି ସୋସିଆଲ ମିଡିଆ। ସମସ୍ୟାକୁ ଏତେ ଗମ୍ଭୀର ଭାବେ ଦର୍ଶାଯାଉଛି ଯେ ଯାହାକୁ ପଢ଼ି ଲୋକେ ଭୟଭୀତ ହୋଇଯାଉଛନ୍ତି। ତେବେ ଏଥିରେ ଭୟଭୀତ ହୁଅନ୍ତୁ ନାହିଁ। ଏହି ଭାଇରସ୍‌ ଅନ୍ୟ ଭାଇରସ୍‌ ଭଳି। ଏହା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ହିଁ ବ୍ୟାପିଥାଏ। କରୋନା ନିଜର ଗତି ଅନୁସାରେ ବ୍ୟାପିଥାଏ। ଏହା ସେତିକି ଭୟଙ୍କର, ଯେତିକି ଅନ୍ୟ ମହାମାରୀ ଆଜି ପଯ୍ୟର୍ନ୍ତ ବ୍ୟାପିଛି।

c777

c53

୨. ସଂକ୍ରମିତ ରୋଗୀ କେବଳ ମରିଯିବ

ଯଦି କିଏ ଆପଣଙ୍କୁ କୁହେ, କରୋନା ଭାଇରସ୍‌ ମୃତ୍ୟୁର କାରଣ ହୋଇଥାଏ, ଏହାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଏହା କେବଳ ଗୁଜବ। ତେବେ ଏଥିରେ କିଛିଟା ସତ ରହିଥାଏ ଯେ ବ୍ୟକ୍ତିର ମୃତ୍ୟୁ ଘଟିଥାଏ। କିନ୍ତୁ କରୋନା ଭାଇରସ୍‌ ସଂକ୍ରମଣରୁ ନୁହେଁ। ବ୍ୟକ୍ତି ଅନ୍ୟ ରୋଗରେ ବି ମୃତ୍ୟୁବରଣ କରିପାରେ, ଯାହାକି ଭାଇରସ୍‌ ଆକ୍ରାନ୍ତ ପୂର୍ବରୁ ବର୍ଷ ବର୍ଷ ଧରି ରୋଗୀ ଶରୀରରେ ଥିବ।

Coronavirus positive

୩. କରୋନା ଭାଇରସ୍‌ ପାଇଁ ଟୀକା ଉପଲବ୍ଧ

କିଛି କ୍ଷେତ୍ରରେ ଦାବି କରାଯାଉଛି ଯେ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଏକ ଟୀକା ବିକଶିତ କରାଯାଇଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ। କାରଣ, ରୋଗ ନିର୍ଣ୍ଣୟ ହେବା ପରେ କେତେକ ଭାଇରସ୍‌ ବା ସଂକ୍ରମଣ ପାଇଁ ଟୀକା ବିକଶିତ କରିବାରେ ଲମ୍ବା ସମୟ ଲାଗିଥାଏ। ଏଥିସହ ଏହା ଉପଲବ୍ଧ ହେବା ପୂର୍ବରୁ ପରୀକ୍ଷଣ କରାଯାଇଥାଏ।

ccc

c66

୪. ପ୍ରାକୃତିକ ଚିକିତ୍ସା ଦ୍ୱାରା ଉପଚାର

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଅନୁସାରେ, ପ୍ରାକୃତିକ ଚିକିତ୍ସା ଏବଂ ଅନ୍ୟ ବୈକଳ୍ପିକ ଉପଚାର ଏହି ଘାତକ ଭାଇରସ୍‌କୁ ମୁକାବିଲା କରିପାରିବ ନାହିଁ। ଗୁଜବ ଉଠିଛି ଯେ ଆଣ୍ଟି-ଫ୍ଲୁ ଏବଂ ଏଚ୍‌ଆଇଭି ଔଷଧ ଏଭଳି ସ୍ଥିତିର ଚିକିତ୍ସା କରିପାରିବ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବକ୍‌ଓ୍ଵାସ ବୋଲି କହିଛି। WHO କରୋନା ଭାଇରସ୍‌ ପାଇଁ ଆଣ୍ଟିବାୟୋଟିକ୍‌ ଉପଚାର ବିଷୟରେ ଟୁଇଟ୍‌ କରିଛି।

୫. ଚୀନ ଖାଦ୍ୟ ପଦାର୍ଥରୁ ବ୍ୟାପିପାରେ କରୋନା

ଯଦିଓ ଏହି ଭାଇରସ୍‌ ଚୀନରୁ ଉତ୍ପନ୍ନ ହୋଇଛି, କିନ୍ତୁ ଏହାର ମାନେ ନୁହେଁ ଯେ ଚୀନ ଖାଦ୍ୟ ପଦାର୍ଥରୁ ଏହା ବ୍ୟାପି ପାରେ। ଏହି ଗୁଜବ ଚୀନର ବୁହାନ୍‌ଠାରେ ଥିବା ଏକ ମାଂସ ବଜାରରୁ ଉଠିଛି। କହି ରଖୁଛୁ ଯେ ପଯ୍ୟର୍ନ୍ତ ଭୋଜନ କାର୍ବୋନିକ ପଦାର୍ଥରୁ ତିଆରି ଚାଲିଥିବ, ସେ ପଯ୍ୟର୍ନ୍ତ ଏହାକୁ ସେବନ କରିବା ସୁରକ୍ଷିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.