ସଂଗୀତ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କଲେ ମୌନୀ, ଜବରଦସ୍ତ ଅନ୍ଦାଜରେ ଆସିଲେ ନଜର

ପ୍ରଥମେ ଟିଭି ସିରିଅଲରୁ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ମୌନୀ ରାୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଯାଦୁ ଦେଖାଇସାରିଛନ୍ତି। ଫିଲ୍ମ ‘ଗୋଲ୍ଡ’ରେ ଅକ୍ଷୟଙ୍କ ନାୟିକା ସାଜିବା ପରେ ମୌନୀ ପୁଣି ଥରେ ଆଉ ଏକ କ୍ଷେତ୍ରରେ ପାଦ ଦେଇଛନ୍ତି। ମୌନୀ ଏବେ ସିଙ୍ଗିଂ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଛନ୍ତି। ମୌନୀ ରାୟଙ୍କ ଗାଇଥିବା ପ୍ରଥମ ଗୀତ ରିଲିଜ ହୋଇଛି। ମୌନୀଙ୍କ ପ୍ରଥମ ଗୀତର ନାମ ‘ ଭିଗି ଭିଗି ରାତୋ ମେଁ’ ୟୁଟ୍ୟୁବରେ ରିଲିଜ ହୋଇଛି। ଏହି ଗୀତକୁ ୟୁଟ୍ୟୁବରେ ଲକ୍ଷଲକ୍ଷ ଲୋକ ପସନ୍ଦ କରୁଛନ୍ତି। ଆଲୋକ ବାତ୍ରା ଏହି ଗୀତକୁ ନିର୍ଦ୍ଦେଶନା ଦେଇଥିବା ବେଳେ ମୌନୀଙ୍କ ସହିତ ନକ୍ସ ଅଜିଜ ମଧ୍ୟ ଏଥିରେ ଗୀତ ଗାଇଛନ୍ତି।

ଗତ ୨୦୧୯ରେ ମୌନୀଙ୍କ ଦୁଇଟି ଫିଲ୍ମ ‘ମେଡ ଇନ୍‌ ଚାଇନା’ ଏବଂ ରୋମିଓ ଅକବର ଓ୍ଵାଲଟର’ ରିଲିଜ ହୋଇଛି। ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଥିଲା। ସେହିପରି ମୌନୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର ଏବଂ ମୁଗଲ’ରେ ନଜର ଆସିବେ। ଏହାଛଡା ମୌନୀ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି।

Leave A Reply

Your email address will not be published.