ଏବେ ବିନା ମା’ ରେ ମଧ୍ୟ ଜନ୍ମ ହୋଇପାରିବ ପିଲା । ବୈଜ୍ଞାନିକଙ୍କ ଭାଷାରେ ଏହାକୁ in-vitro gametogenesis (IVG) କୁହାଯାଇଥାଏ । ଏହି ପ୍ରକ୍ରିୟା ଡିଜାଇନର ବେବୀଜ ବନାଇବାରେ ମଧ୍ୟ ସାହାଯ୍ୟକାରୀ ହୋଇପାରେ । ମା ବିନା ପିଲା ଜନ୍ମ ହେବାର ଆଶା ବୈଜ୍ଞାନିକମାନେ ସେବେଠୁ କରିଛନ୍ତି ଯେବେଠାରୁ ସେମାନେ ସ୍କିନରୁ ସ୍ପର୍ମ ଓ ଅଣ୍ଡା ବନାଇବା ପ୍ରୋସେସକୁ ଡେଭଲପ କରାଇଛନ୍ତି ।
୨୦୧୬ ମସିହାରେ ବୈଜ୍ଞାନିକମାନେ ଏପରି ଏକ ଟେକନିକ ବିକଶିତ କରିଥିଲେ ଯେଉଁଥିରେ ଏକ ମୂଷାକୁ ମା’ ମୂଷା ବିନା ଜନ୍ମ ଦିଆଯାଇପାରିଥିଲା । ଏହି ଟେକନିକ ଦ୍ୱାରା ଅଣ୍ଡାକୁ ବିନା ଫର୍ଟିଲାଇଜେସନରେ ଭ୍ରୁଣରେ ବିକଶିତ କରାଯାଇପାରିବ । ଏହା ସେତେବେଳେ ହୋଇଥିଲା ଯେତେବବେଳେ ସେଥିରେ ସ୍ପର୍ମ ଈଂଜେକ୍ଟ କରାଯାଇଥିଲା । ଆଉ ତାପରେ ମୂଷାଛୁଆ ବିନା ମା’ରେ ଜନ୍ମ ନେଇପାରିବ ବୋଲି ଆଶା କରାଯାଇଥିଲା କିନ୍ତୁ ସେତେବେଳେ ଏହାର ବିକାଶକୁ ନେଇ ୨୪ ପ୍ରତିଶତ ଆଶା ରଖାଯାଇଥିଲା । ମୂଷା ଉପରେ ପ୍ରୟୋଗ ସମୟରେ ବୈଜ୍ଞାନିକମାନେ ଭାବିଥିଲେ ଯେ ଏବେ ବିନା ମା’ରେ ମଧ୍ୟ ପିଲା ଜନ୍ମ କରାଯାଇପାରିବ ।
ତେବେ ମା ବିନା ପିଲାଜନ୍ମର ଏହି ଟେକନିକ ବାପା-ମାଙ୍କ ଭୃଣରୁ ଏକ ଭ୍ରୁଣ ଚୟନ କରିବା ଏବଂ ଡିଜାଇନର ବେବି ବନାଇବାରେ ମଧ୍ୟ ସକ୍ଷମ ରହିବ । ଏହାବ୍ୟତୀତ ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ IVG ଟେକନିକ IVF ଟେକନିକରେ ମଧ୍ୟ କ୍ରାନ୍ତି ଆଣିପାରେ । ହୋଇପାରେ ଆଗାମୀ ସମୟରେ IVG ଟେକନିକରେ ଭ୍ରୁଣ ବନଯାଇପାରିବ କିନ୍ତୁ ବର୍ତ୍ତମାନ ଏପରି କଳ୍ପନା କରାଯାଇନାହିଁ ।
ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ IVG ଟେକନିକକୁ ପ୍ରକୃତରେ ଅଆଣିବା ଏହାର ଖର୍ଚ୍ଚ ଉପରେ ନିର୍ଭର କରୁଛି । ଯଦି ଏହି ଟେକନିକ ଦ୍ୱାରା ରିପ୍ରଡକ୍ଟିଭ ଅଙ୍ଗରୁ ବିନା ସ୍ପର୍ମ ଏବଂ ଏଗ ପ୍ରଡ୍ୟୁସ ହୋଇପାରିବ ତାହେଲେ ଏହା ସେହି ଲୋକମାନଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ ହେବ ଯେଉଁମାନଙ୍କର ପ୍ରଜନନକୁ ନେଇ ସମସ୍ୟା ରହିଛି । ଏହାବ୍ୟତୀତ ମାତାପିତାଙ୍କ ମଧ୍ୟରୁ କେହି ଜଣଙ୍କର ଜିନରେ ପିଲା ଜନ୍ମ ତାର ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ମଧ୍ୟ ହୋଇପାରେ ।