ବିବାହ ପାଇଁ ମିଳୁନଥିଲା ଫୁରସତ୍‌, IPS କନ୍ୟାଙ୍କୁ ଅଫିସରେ ହିଁ ବିବାହ କଲେ IAS ବର

ଏକ ଯୋଡ଼ି କାର୍ଯ୍ୟବ୍ୟସ୍ତତା ଯୋଗୁ ବିବାହ ପାଇଁ ସମୟ ବାହାର କରିନପାରିବାରୁ ବାଧ୍ୟ ହୋଇ ଅଫିସ୍‌ରେ ବାହା ହୋଇଛନ୍ତି। ଏଭଳି ଏକ କୌତୁହଳପୂର୍ଣ୍ଣ ବିବାହ କରିଛନ୍ତି ଆଇପିଏସ୍‌ ଓ ଆଇଏଏସ୍‌ ଯୋଡ଼ି।

ରିପୋର୍ଟ ମୁତାବକ ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତୁଷାର ସିଙ୍ଗଲା ପଶ୍ଚିମବଙ୍ଗର ସଲୁବୋରିଆରେ ଏସ୍‌ଡିଓ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ତାଙ୍କ ପାର୍ଟନର ତଥା ୨୦୧୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ନବଜୋତ ସିମି ପାଟନାରେ କାର୍ଯ୍ୟରତ ଅଛନ୍ତି। କାର୍ଯ୍ୟବ୍ୟସ୍ତତା ଯୋଗୁ ଉଭୟଙ୍କ ବିବାହ କିଛି ଦିନ ହେଲା ଘୁଞ୍ଚି ଘୁଞ୍ଚି ଚାଲିଥିଲା। ଏଭଳିସ୍ଥିତିରେ ଆଇଏଏସ୍‌ ସିଙ୍ଗଲାଙ୍କ ଅଫିସରେ ଉଭୟେ ଭାଲେଣ୍ଟାଇନ୍‌ ଡେ’ରେ ବିବାହ କରିଛନ୍ତି।

ତୁଷାର ନିଜ ବିବାହର ଫଟୋକୁ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଶରିକ-ଏ-ହୟାତ୍‌’।

ସୂଚନାଯୋଗ୍ୟ ଯେ ଉଭୟେ ପଞ୍ଜାବର ବାସିନ୍ଦା ଓ ଗତ କିଛି ଦିନ ହେବ ରିଲେସନ୍‌ସିପ୍‌ରେ ଅଛନ୍ତି। ବିବାହ ପାଇଁ ନବଜୋତ ପାଟନାରୁ ପଶ୍ଚିମବଙ୍ଗ ଆସିଥିଲେ। ଉଭୟେ ଏକାଠି ରହିବା ପାଇଁ କ୍ୟାଡର ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.