Havells କମ୍ପାନୀ ଭାରତରେ ଲଞ୍ଚ କଲା ନୂଆ ସ୍ମାର୍ଟ ଫ୍ୟାନ, ଏଣିକି ଶବ୍ଦ ମାଧ୍ୟମରେ ନିୟନ୍ତ୍ରଣ କରାଯାଇ ପାରିବ ପଙ୍ଖା

Havells କମ୍ପାନୀ ନିଜ ସ୍ମାର୍ଟ ହୋମ ପ୍ରଡକ୍ଟ ସିରିଜରେ ନିଜର ଏକ ସ୍ମାର୍ଟ ସିଲିଙ୍ଗ ଫ୍ୟାନକୁ ସାମିଲ କରିଛି । ନିଜ ଏହି ଫ୍ୟାନର ନାଁ କମ୍ପାନୀ ରଖିଛି Carnesia-I । ୪,୫୦୦ ଟଙ୍କା ଦରରେ କମ୍ପାନୀ ଏହାକୁ ବଜାର ପ୍ରବେଶ କରାଇବ ବୋଲି ଜଣା ପଡିଛି । ଏହି ସ୍ମାର୍ଟ ଫୋନକୁ ଆମାଜନ ଏଲେକସା ଓ ଗୁଗୁଲ ହୋମର ବି ସପୋର୍ଟ ମିଳିଛି । ଏହାର ବିଶେଷତ୍ୱ ଏହିକି ଯେ ଶବ୍ଦ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ଏସବୁ ବାଦ ଏଥିରେ ଟେଂପରେଚର ଓ ମଇଶ୍ଚର ମୋଡ଼ର ସୁବିଧା ମିଳିପାରିବ । ବାହାରର ପାଗ ଅନୁଯାୟୀ ଏହି ଫ୍ୟାନର ସ୍ପିଡ଼ ଆପେ ଆପେ ବଦଳି ଯାଇଥାଏ । ଅନ୍ୟ ପକ୍ଷରେ ହାଭେଲସ କମ୍ପାନୀର ଏହି ଫ୍ୟାନରେ ସ୍ଲିପ ଓ ବ୍ରିଜ ମୋଡର ସୁବିଧା ବି ରହିଛି । ସ୍ପିଡ଼ ନିୟନ୍ତ୍ରଣ ପାଇଁ ଏଥିରେ ୫ ଟି ଲେବଲ ବି ଦିଆଯାଇଛି । ଫ୍ୟାନରେ ଟାଇମର ଲଗାଇ ବି ଆପଣ ସ୍ପିଡ଼ ନିୟନ୍ତ୍ରଣ କରିପାରିବେ । ଏସି ପରି ନିର୍ଦ୍ଦିଷ୍ଟ ସମୟ ପରେ ଫ୍ୟାନର ପଙ୍ଖା ଆପେ ଆପେ ବନ୍ଦ ହୋଇଯିବ ।

Leave A Reply

Your email address will not be published.