ଅଜବ ନିୟମ, କାନୁନର ଦେଶ ଉତ୍ତର କୋରିଆ

ଉତ୍ତର କୋରିଆ ଏଭଳି ଏକ ଅଜବ ଦେଶ ଯେଉଁଠାରେ ଅନେକ ଅଦ୍ଭୁତ ନିୟମ କାନୁନ ଦେଖିବାକୁ ମିଳେ । କ'ଣ ବୋଲି ଜାଣିବାକୁ ଚାଁହୁଛନ୍ତି କି? ତେବେ ଆମର ଏହି ଆର୍ଟିକଲକୁ ଶେଷ ଯାଏ ପଢନ୍ତୁ ।

ଭାରତ ଭଳି ଏକ ଗଣତାନ୍ତ୍ରିକ ଏବଂ ସାର୍ବଭୌମ ରାଷ୍ଟ୍ରରେ ବସବାସ କରୁଥିବାରୁ ଆମେ ସର୍ବଦା ମାନବିକ ଅଧିକାରକୁ ସମ୍ପୂର୍ଣ ରୂପେ ଉପଭୋଗ କରିଥାଉ । ଏଠାରେ କୌଣସି କାମ କରିବା ପାଇଁ ଆମକୁ କୌଣସି ପ୍ରକାରର ପ୍ରତିବନ୍ଧକର ସାମ୍ନା କରିବାକୁ ପଡି ନ ଥାଏ । ଥରେ ଭବନ୍ତୁତ, ଯଦି ଆପଣ ଏଭଳି ଏକ ରାଷ୍ଟ୍ରରେ ବସବାସ କରୁଥାନ୍ତେ ଯେଉଁଠି ଆପଣଙ୍କୁ ପ୍ରତ୍ୟେକ କାମ କରିବା ପୂର୍ବରୁ ସରକାରଙ୍କର ଅନୁମତି ନେବାକୁ ପଡୁଥାନ୍ତା, ତେବେ କିଭଳି ହୋଇଥାନ୍ତା ଆପଣଙ୍କ ଜୀବନ ? ଆପଣ କ’ଣ ଜୀବନରେ କେବେବି ସ୍ୱାଧୀନତାର ସ୍ୱାଦ ଚାଖି ପାରିଥାନ୍ତେ ? କେବେବି କଣ ଆପଣ ସୁଖୀ ଜୀବନ ଅତିବାହିତ କରିପାରିଥାନ୍ତେ ? ନିଶ୍ଚିତ ଭାବରେ ନା । ତେବେ ଆସନ୍ତୁ ଜାଣିବା ଏମିତି ଏକ ଦେଶ ବିଷୟରେ ଯେଉଁଠାରେ ସରକାରଙ୍କର ବିନା ଅନୁମତିରେ ପତ୍ର ବି ହଲେନା । ଏ ଦେଶର ନାଁ ଉତ୍ତର କୋରିଆ ଏବଂ ଏହାର ମାଲିକଙ୍କର ନାମ କିମ ଜଙ୍ଗ ଉନ !

ଆପଣମାନେ ତ ନିଶ୍ଚିତ ଭାବରେ ଜାଣିଥିବେ, ନିକଟ ଅତୀତରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଉପରେ ସାମରିକ ଆକ୍ରମଣ କରିବା ପାଇଁ କିଭଳି ଦୃଢ଼ମନା ଥିଲେ ! ସୌଭାଗ୍ୟବଶତଃ ଦୁଇ ଦେଶ ମଧ୍ୟରେ ଆପୋଷ ସମାଧାନ ହେଲା ଏବଂ ବିଶ୍ୱ ଆଉ ଏକ ନିଶ୍ଚିତ ବିଶ୍ୱଯୁଦ୍ଧରୁ ବର୍ତ୍ତିଗଲା । ତ ଆମର କହିବାର କଥା ହେଲା ଯେ ଯେଉଁ ରାଷ୍ଟ୍ରର ମୁଖ୍ୟ ଆମେରିକା ଭଳି ଶକ୍ତିଶାଳୀ ଦେଶ ସହ ଯୁଦ୍ଧ କରିବାର ସାମର୍ଥ୍ୟ ରଖନ୍ତି, ଯଦି ତାଙ୍କ ଦେଶର ନାଗରିକ ତାଙ୍କ କଥା ନ ମାନନ୍ତି, ତେବେ ତାଙ୍କ ଅବସ୍ଥା କ’ଣ ହେବ ! ତେବେ ପ୍ରଶ୍ନ ଉଠୁଛି ଯେ କିମ ଜଙ୍ଗ ଉନ ଏଭଳି କି ନିୟମ ବନାଇଛନ୍ତି ଯେ ତାଙ୍କରି ଦେଶର ଲୋକମାନେ ତାକୁ ନାପସନ୍ଦ କରନ୍ତି । ଜାଣିଲା ପରେ ଆପଣ ବି ଖୁସି ହେବେ ଯେ , ଯାହାହେଉ ଆପଣ ଭାରତ ଭଳି ଏକ ମହାନ ଦେଶରେ ଜନ୍ମ ହୋଇଛନ୍ତି ।

uttar korea 1

ଟିଭି ଦେଖିବା ଉପରେ ପ୍ରତିବନ୍ଧକ

ଯଦି ଆପଣଙ୍କୁ କୁହାଯାଏ ଯେ ଆପଣ କେବଳ ଦେଶ ଭିତରେ ସେହି ଚ୍ୟାନେଲ ଦେଖି ପାରିବେ ଯାହା ଆପଣଙ୍କୁ ସରକାର ଦେଖାଇବେ, ତେବେ ଆପଣଙ୍କୁ କେମିତି ଲାଗିବ ? ଉତ୍ତର କୋରିଆ ଏମିତି ଏକ ଦେଶ ଯେଉଁଠି ଲୋକମାନେ ମନଇଚ୍ଛା କୌଣସି ଟିଭି ଚ୍ୟାନେଲ ଦେଖି ପାରିବେନି । ସେମାନେ ସେ ସବୁ ଚ୍ୟାନେଲ ଦେଖିବାକୁ ବାଧ୍ୟ ଯାହା ତାଙ୍କୁ ସରକାର ଦେଖାଇବେ । ଯଦି କେହି ଅଭିଯୋଗ କରେ ତାକୁ ମୃତ୍ୟୁଦଣ୍ଡ ବି ଭୋଗିବାକୁ ପଡିପାରେ ।

hair style

ଚୁଟି କାଟିବା ଉପରେ ପ୍ରତିବନ୍ଧକ

ଆଜିର ଦୁନିଆରେ ଲୋକମାନେ ନିଜ ହିସାବରେ ଚୁଟି କାଟିବାକୁ ପସନ୍ଦ କରନ୍ତି । ଏହା ନିଜସ୍ୱ ବ୍ୟାପାର ହୋଇଥିବା ବେଳେ, ଉତ୍ତର କୋରିଆରେ ମାତ୍ର ୨୮ ପ୍ରକାରର ହେୟାର ଷ୍ଟାଇଲକୁ ଅନୁମତି ଦିଆଯାଇଛି । ସେଥିମଧ୍ୟରୁ ପୁଅମାନଙ୍କ ପାଇଁ ୧୦ ପ୍ରକାର ଏବଂ ଝିଅମାନଙ୍କ ପାଇଁ ୧୮ ପ୍ରକାରର ହେୟାର ଷ୍ଟାଇଲକୁ ମିଳିଛି ଅନୁମୋଦନ । ଏତଦବ୍ୟତୀତ, ଏଠାରେ ବିବାହିତାଙ୍କୁ ବଡ ଚୁଟି ରଖିବା ଏବଂ ପୁରୁଷମାନଙ୍କୁ ୩ ଇଞ୍ଚରୁ ଅଧିକ ଚୁଟି ରଖିବା ଉପରେ ପ୍ରତିବନ୍ଧ ଲଗାଯାଇଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଉତ୍ତର କୋରିଆ ରାଷ୍ଟ୍ରପତି ନିଜେ ହିଁ ଏହି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରନ୍ତି ।

uttar korea 3

ବ୍ଲୁ ଜିନସ ଉପରେ ପ୍ରତିବନ୍ଧକ

ଆଜିକାଲିକା ଯୁବପିଢିଙ୍କର ଜିନସ ପ୍ରଥମ ପସନ୍ଦ, ସ୍ପେସିଆଲି ବ୍ଲୁ ଜିନସ ସମସ୍ତଙ୍କର ପସନ୍ଦ ହୋଇଥାଏ । କିନ୍ତୁ ଉତ୍ତର କୋରିଆରେ ବ୍ଲୁ ଜିନସ ସମ୍ପୂର୍ଣ ରୂପେ ମନା କାରଣ ଉତ୍ତର କୋରିଆ ଏହାକୁ ଆମେରିକୀୟ ସଂସ୍କୃତିର ଅଂଶ ବୋଲି ବିବେଚନା କରିଥାଏ । ତେଣୁ ଏଠାରେ କେହିବି ବ୍ଲୁ ଜିନସ ପିନ୍ଧିବା ମନା ।

uttar korea 4

ପର୍ଣ୍ଣ ଫିଲ୍ମ ଉପରେ ପ୍ରତିବନ୍ଧକ

ଆଜିକାଲିର ଯୁବପିଢ଼ି ଯେତେବେଳେ ପର୍ଣ୍ଣ ଫିଲ୍ମ ଦେଖିବାକୁ ପାଗଳ, ଉତ୍ତର କୋରିଆରେ କିନ୍ତୁ ଏହା ସମ୍ପୂର୍ଣ ନୀତି ବିରୁଦ୍ଧ । ଯଦି ଆପଣ ପର୍ଣ୍ଣ ଫିଲ୍ମ ଦେଖିବା ବେଳେ ଧାରା ପଡିଯାନ୍ତି ତେବେ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ଏପରିକି ଆପଣଙ୍କୁ ମୃତ୍ୟୁ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇପାରେ ।

uttar korea 5

ଅନ୍ୟ ଦେଶର ନାଗରିକତ୍ବ ଗ୍ରହଣ ଉପରେ ପ୍ରତିବନ୍ଧକ

ଆଜିକାଲି ବିଦେଶୀ ନାଗରିକତ୍ଵ ଗ୍ରହଣ କରିବା ଏକ ସାଧାରଣ କଥା । କିନ୍ତୁ ଉତ୍ତର କୋରିଆରେ ଏହା ଏକ ଦଣ୍ଡନୀୟ ଅପରାଧ । ଯଦି କୌଣସି ଉତ୍ତର କୋରିଆର ନାଗରିକ ଏ କଥା ଚିନ୍ତା ବି କରେ, ତେବେ ତା ପାଇଁ ମୃତ୍ୟୁ ସୁନିଶ୍ଚିତ ।

uttar korea 6

ଇଣ୍ଟରନେଟ ଉପରେ ପ୍ରତିବନ୍ଧକ

ଯଦିଓ ଉତ୍ତର କୋରିଆ ପୃଥିବୀର ସବୁଠାରୁ ଦ୍ରୁତ ଇଣ୍ଟରନେଟ ସେବା ପ୍ରଦାନକାରୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ତଥାପି ଏଠି ଇଣ୍ଟରନେଟ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗା ଯାଇଥାଏ । ଏଠାରେ ଅଧିକାଂଶ ସମୟ ଇଣ୍ଟରନେଟର ବ୍ୟବହାର ସରକାରୀ କାମ ପାଇଁ କରାଯାଏ । ଏଠି କେବଳ ଗୋଟିଏ କମ୍ପାନୀ ଇଣ୍ଟରନେଟ ସେବା ପ୍ରଦାନ କରିଥାଏ ।

uttar korea 7

ରାଜଧାନୀରେ ରହିବା ଉପରେ ପ୍ରତିବନ୍ଧକ

ଉତ୍ତର କୋରିଆର ରାଜଧାନୀରେ କିଏ ରହିବା ବା ନାହିଁ, ତାହା ଏ ଦେଶର ସରକାର ନିଷ୍ପତ୍ତି କରିଥାନ୍ତି । ମୁଖ୍ୟତଃ ଏହି ଦେଶର ରାଜଧାନୀରେ ସରକାରୀ ଚାକିରିଆ ଏବଂ ସଫଳ ଲୋକମାନଙ୍କୁ ରହିବା ପାଇଁ ସୁଯୋଗ ଦିଆଯାଏ । ଏହି ଦେଶର ସାଧାରଣ ଜନତାଙ୍କ ପାଇଁ ରାଜଧାନୀରେ ରହିବା ଏକ ସ୍ବପ୍ନ ।

ଉତ୍ତର କୋରିଆ ହିଁ କେବଳ ଏମିତି ଏକ ଦେଶ ଯେଉଁଠାରେ ଏହି ସବୁ ଅଦ୍ଭୁତ ନିୟମ ଦେଖିବାକୁ ମିଳିଥାଏ । ଥରେ ଚିନ୍ତା କରନ୍ତୁ ତ, ଏଭଳି ଏକଛତ୍ରବାଦୀ ନିୟମ ମଧ୍ୟରେ ଉତ୍ତର କୋରିଆର ଲୋକମାନେ କିଭଳି ଭାବରେ ଜୀବନ ଅତିବାହିତ କରୁଥିବେ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.