ନିକଟରେ ଫିଲ୍ମ ‘ଧଡକ’ର ନିର୍ଦ୍ଦେଶକ ଶଶାଙ୍କ ଖେତାନଙ୍କ ବାର୍ଥ ଡେ’ ପାର୍ଟିରେ ବଲିଉଡ୍ର ଜଣାଶୁଣା ଷ୍ଟାର୍ମାନେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ କରଣ ଜୋହର, ବରୁଣ ଧଓ୍ଵନ, ଆୟୁଷ୍ମାନ ଖୁରାନା, ତାହିରା କଶ୍ୟପ, ଅର୍ଜୁନ କପୁର, ଜାହ୍ନବୀ କପୁର, ରୋହିତ ଧଓ୍ଵନଙ୍କ ଭଳି ସେଲିବ୍ରିଟି। ଶଶାଙ୍କଙ୍କ ଘରେ ପାର୍ଟିର ଆୟୋଜନ କରାଯାଇଥିଲା।
ତେବେ ଏହାରି ଭିତରେ କରଣ ଜୋହର ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଶଶାଙ୍କ କେକ୍ କାଟୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ହାପି ବାର୍ଥ ଡେ’ ଗୀତ ପରେ ସମସ୍ତ ସେଲିବ୍ରିଟି ଚିଲ୍ଲେଇ କହୁଛନ୍ତି, ‘ଜୋର୍ ସେ ବୋଲୋ, ହାପି ବାର୍ଥ ଡେ’। ଏହି ପୋଷ୍ଟ ଉପରେ କରଣ କ୍ୟାପସନ ଲେଖିଛନ୍ତି, ‘ହାପି ବାର୍ଥ ଡେ’ ଶଶାଙ୍କ ଖେତାନ’। ଏହାସହିତ ସେ ହାର୍ଟ ଥିବା ଇମୋଜି ମଧ୍ୟ ଦେଇଛନ୍ତି।