କେନ୍ଯୁଜ୍: ଆଉ ମାତ୍ର ଗୋଟିଏ ଦିନ ବାକି। ପୂରୁଛି ରାଜ୍ୟ ସରକାର ଦେଇଥିବା ୬ ମାସର ମହଲତ । ମାର୍ଚ୍ଚ ୧ରୁ ପୁଣି ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ନୂଆ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟକୁ କଡାକଡି କରାଯିବ । ଆଉ ବଢ଼ିବ ନାହିଁ ଡେଡଲାଇନ୍ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଫଳରେ ନିୟମ ଉଂଲଘନକାରୀଙ୍କୁ ମାର୍ଚ୍ଚ ୧ ତାରିଖ ପରେ ଆଉ ନିସ୍ତାର ମିଳିବ ନାହିଁ । ପରିବହନ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସଡକ ଦୁର୍ଘଟଣା ୫୦ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକାଂଶ ଲୋକ କାଗଜପତ୍ର କରିସାରିଲେଣି । ପୂର୍ବ ଭଳି ଆଉ RTO ଅଫିସରେ ଭିଡ ହେଉନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।