ସାଲେପୁର ଧର୍ମାଗତପୁର ଗାଁରେ ଧରାପଡିଲା ଛେଳି ଚୋର, ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

ସାଲେପୁର : ଛେଳି ଚୋରକୁ ମାଡ଼। ଇଲେକ୍ଟ୍ରି ଖୁଣ୍ଟରେ ଚୋରକୁ ବାନ୍ଧି ମାଡ ମାରିବା ପରେ ପୋଲିସର ଜିମା ଦେଲେ ଗ୍ରାମବାସୀ। କଟକ ଜିଲ୍ଲା ସାଲେପୁର ଥାନା ଧର୍ମାଗତପୁର ଗାଁରେ। ଗତକାଲି ବିଳମ୍ବିତ ରାତିରେ ୫ଜଣରୁ ଅଧିକ ଚୋର ଗାଁରେ ପଶି ଗୋରୁ ଓ ଛେଳି ଚୋରି କରିବାକୁ ଆସିଥିଲେ। ଗୋବିନ୍ଦ ଚନ୍ଦ୍ର ମଲ୍ଲିକଙ୍କ ଗୁହାଳରେ ପଶି ଛେଳିକୁ ନେଇ ଯାଉଥିବା ବେଳେ, ଗ୍ରାମବାସୀ ଜଣେ ଚୋରକୁ ଧରିଥିଲେ। ଚୋରକୁ ଧରି ଗାଁ ମଝିରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ବହେ ଛେଚିଲେ। ପରେ ପୋଲସିକୁ ଜିମା ଦେଇଥିଲେ। ସାଲେପୁର ପୋଲିସ ପହଁଞ୍ଚି ଚୋରଟିକୁ ଉଦ୍ଧାର କରି ଥାନାରେ ରଖି ପଚରାଉଚୁରା କରୁଛନ୍ତି। ଚୋରଟି ସ୍ଥାନୀୟ ରସୁଲପୁର ଅଞ୍ଚଳର ବୋଲି ଜଣାପଡଛି। ଅନ୍ୟ ଚୋରକୁ ଧରିବାକୁ ପୋଲିସ ଖୋଜୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.