ପାକିସ୍ତାନକୁ ହରାଇଥିବା ଏହି ମଇଁଷିର ମୂଲ୍ୟ ଆକାଶ ଛୁଆଁ, ଜାଣନ୍ତୁ କେତେ ଟଙ୍କାରେ ହେଲା ବିକ୍ରି

କ୍ଷୀର ଦେବା ମାମଲାରେ ପାକିସ୍ତାନର ମଇଁଷି ଉପରେ ଭାରି ପଡ଼ିଥିବା ହରିୟାଣାର ମୁରାହ ପ୍ରଜାତିର ମଇଁଷି ସରସ୍ୱତୀ ବିକ୍ରି ହୋଇଛି। ରିପୋର୍ଟ ମୁତାବକ ହିସାରର ଲିତାନୀ ଗାଁର ପଶୁପାଳକ ସୁଖବୀର ଢାଣ୍ଡା ସରସ୍ୱତୀକୁ ୫୧ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ସରସ୍ୱତୀକୁ ବିଦା କରିବା ଦିନ ସେ ଗାଁରେ ଏକ ନୈଶ ଭୋଜନର ଆୟୋଜନ କରିଥିଲେ। ଏଥିରେ ଗାଁର ସମସ୍ତ ଲୋକ ଯୋଗ ଦେଇଥିଲେ। ସରସ୍ୱତୀ କେବଳ ପଞ୍ଜାବରେ ନୁହେଁ ପାକିସ୍ତାନରେ ମଧ୍ୟ ବେଶ୍‌ ଲୋକପ୍ରିୟ।

saraswati2

୨୦୧୯ ମସିହା ଡିସେମ୍ବର ମାସରେ ୭ ବର୍ଷୀୟା ସରସ୍ୱତୀ ପଞ୍ଜାବର ଲୁଧିୟାନାର ଜଗରାମ୍ବରେ ଅନୁଷ୍ଠିତ ଡାଏରୀ ଆଣ୍ଡ ଗ୍ରୋ ଏକ୍ସପୋରେ ପିଡିଏଫ୍‌ ପ୍ରତିଯୋଗିତାରେ ପାକିସ୍ତାନର ମଇଁଷିକୁ ହରାଇଥିଲା। ଏହି ପ୍ରତିଯୋଗିତାରେ ସରସ୍ୱତୀ ୩୨ କେଜି ୬୬ ଗ୍ରାମ କ୍ଷୀର ଦେଇ ବିଶ୍ୱ ରେକର୍ଡ କରିଥିଲା। ସୁଖବୀରଙ୍କ କହିବାନୁସାରେ କେବଳ ଏହି ଗୋଟିଏ ନୁହେଁ ସରସ୍ୱତୀ ଆହୁରି ଅନେକ ପ୍ରତିଯୋଗିତା ମଧ୍ୟ ଜିତିଛି।

saraswati3

ପ୍ରଥମରୁ ହିଁ ସରସ୍ୱତୀକୁ ବିକ୍ରି କରିବାକୁ ନାରାଜ ଥିବା ସୁଖବୀର ବାଧ୍ୟ ହୋଇ ମଇଁଷିକୁ ବିକିଥିବା କହିଛନ୍ତି। ଗାଁରେ ମଇଁଷି ଚୋରି ଧୀରେ ଧୀରେ ବଢ଼ୁଥିବାରୁ ସେ ବାଧ୍ୟ ହୋଇ ସରସ୍ୱତୀକୁ ବିକ୍ରି କରିଥିବା କହିଛନ୍ତି। ଲୁଧିୟାନାର ପବିତ୍ର ସିଂହ ସ୍ୱରସ୍ୱତୀକୁ କିଣିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.