ଯାଜପୁର : ହତାଶିଆ ପ୍ରେମିକର ଉନ୍ମତ୍ତ କାଣ୍ଡ, ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କ ଘରେ ଲଗାଇଲା ନିଆଁ

ଯାଜପୁର : ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କ ଘରେ ନିଆଁ ଲଗାଇଲା ପ୍ରମିକ । ଘରେ ସମସ୍ତେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଛି ପ୍ରେମିକ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ରଣସରପୁର ଗାଁରେ । ସୂଚନା ମୁତାବକ ଏହି ଗାଁର ଜଣେ ଯୁବତୀ ଭୁବନେଶ୍ୱରରେ ରହି ଚାକିରୀ କରୁଥିଲେ, ତାଙ୍କୁ କଟକ ଜିଲ୍ଲା ଅଡ଼ଶପୁର ଅଞ୍ଚଳର ପପୁ ସୁନ୍ଦରରାୟ ନାମକ ଜଣେ ଯୁବକ ବାରମ୍ବାର ପ୍ରେମ ନିବେଦନ କରୁଥିଲେ । ତେବେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କୁ ହଇରାଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ।

policeଏନେଇ ଯୁବତୀ ଜଣକ ମଞ୍ଚେଶ୍ୱର ଥାନାରେ ଏତଲା ମଧ୍ୟ ଦେଇଥିଲେ । ପରେ ସେ ଚାକିରୀ ଛାଡ଼ି ଗାଁରେ ଆସି ରହୁଥିଲେ । ଯୁବତୀ ଜଣକ ବାହାଘର ଠିକ ହୋଇଥିବା ଖବର ପାଇ ଯୁବକ ଜଣକ ତାଙ୍କୁ ଏବଂ ତାଙ୍କ ମା କୁ ଧମକ ଦେଇଥିବା ସେ ଭିଯୋଗ କହିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ଘରେ ନିଆଁ ଲଗେଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.