Below header

ଜଣେ ଏମିତି ରାଜା ଯାହାଙ୍କୁ ଲୋକମାନେ ମାନୁଥିଲେ ଜୀବନ୍ତ ଭଗବାନ! ମୃତ୍ୟୁ ଏବେବି ରହସ୍ୟ

ଆଗ କାଳରେ ରାଜାଙ୍କୁ ମହାରାଜା ବୋଲି କୁହାଯାଉଥିଲା। ଯେଉଁଥିରେ ନିଜ ପ୍ରଜାଙ୍କ ପାଁଇ ସେ ପାଳନକର୍ତ୍ତା ଏବଂ କତ୍ତାଧର୍ତ୍ତା ପ୍ରମାଣିତ ହୋଇଥାନ୍ତି। ପ୍ରଜାଙ୍କ ପାଇଁ କରାଯାଇଥିବା କାମ ରାଜାଙ୍କୁ ଜୀବନ୍ତ ଭଗବାନ ବନାଇପାରେ। ଏମିତି ହିଁ ଘଟଣା ଦେଖିବାକୁ ମିଳିଛି ଇଥିୟୋପିୟାର ଶେଷ ସମ୍ରାଟ ହ୍ୟାଲି ସେଲାସୀଙ୍କ ସହିତ। ଯାହାଙ୍କୁ ସେହି ଦେଶର ଲୋକମାନେ ଜୀବନ୍ତ ଭଗବାନ ବୋଲି ମାନନ୍ତି।

hyali kingସେ ପ୍ରାୟ ୪୫ ବର୍ଷ ପର୍ଯ୍ୟନ୍ତ ଇଥିୟୋପିୟାରେ ରାଜ୍ୟ ଶାସନ କରିଥିଲେ। ତାଙ୍କ ରାଜ୍ୟର ଲୋକମାନେ ତାଙ୍କୁ ଜୀବନ୍ତ ଭଗବାନ ବୋଲି ମାନୁଥିଲେ। ତାଙ୍କ ମାତାପିତା ତାଙ୍କ ନାମ ତଫରୀ ରଖିଥିଲେ କିନ୍ତୁ ରାଜାଭିଶେକ ସମୟରେ ତାଙ୍କ ନାମ ସେଲାସୀ ରଖାଗଲା, ଯାହାର ଅର୍ଥ ହେଉଛି ‘ଟ୍ରାନିଟି ର ଶକ୍ତି’। କିନ୍ତୁ ୧୯୭୪ରେ ସମ୍ରାଟ ହ୍ୟାଲି ସେଲାସୀଙ୍କ ବାଜି ପଲଟିଗଲା ଏବଂ ତାଙ୍କୁ ଗୋଟେ ବର୍ଷ ପର୍ଯ୍ୟନ୍ତ ମହଲରେ ବନ୍ଧକ କରି ରଖାଗଲା। ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଗଲା।

hyaliiiକୁହାଯାଏ ଯେ ସମ୍ରାଟ ହ୍ୟାଲି ସେଲାସୀଙ୍କୁ ବନ୍ଧକ ରଖିଥିବା ଲୋକମାନେ ହିଁ ତାଙ୍କୁ ମହଲ ଭିତରେ ହତ୍ୟା କରିଦେଲେ। ତାଙ୍କ ମୃତ୍ୟୁର ୨୫ ବର୍ଷ ପରେ ୨୦୦୦ରେ ପୁଣି ଥରେ କବର ଦିଆଗଲା। ହ୍ୟାଲି ସେଲାସୀଙ୍କ କବ୍ରକୁ ୧୯୯୨ରେ ସେହି ସମୟରେ ମାଟି ତଳୁ ବାହାର କରାଯାଇଥିଲା, ଯେତେବେଳେ ଜଣାପଡିଲା ଯେ ତାଙ୍କୁ ପ୍ୟାଲେସର ଶୌଚାଳୟରେ ପୋତା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.