କରୋନା ଆତଙ୍କ, ଘରେ ରହି କାମ କରିବାକୁ ୫୦୦୦ କର୍ମଚାରୀଙ୍କୁ କହିଲା ଟ୍ଵିଟର

କରୋନା ଭାଇରସ୍‌ର ଆତଙ୍କ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚୀନ୍‌ର ବୁହାନ୍‌ ସହରରୁ ବ୍ୟାପୁଥିବା ଏହି ମାରାତ୍ମକ ଭାଇରସ୍‌ ଏବେ ଭାରତରେ ମଧ୍ୟ ପ୍ରବେଶ କରିସାରିଲାଣି। କରୋନାର ମାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର ସବୁ ଦେଶରେ ଥିବା ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

twitter2

ଟ୍ଵିଟର ହଂକଂ, ଜାପାନ ଓ ଦକ୍ଷିଣ କୋରିଆରେ ଥିବା ନିଜ ୫୦୦୦ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଛନ୍ତି। ଟ୍ଵିଟର ଏକ ବ୍ଲଗ୍‌ ପୋଷ୍ଟ କରି ଲେଖିଛି ଯେ ଆମେ ଆମ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପ୍ରୋତ୍ସାହିତ କରୁଛୁ। ଯେକୌଣସି ଉପାୟରେ କୋଭିଡ-୧୯କୁ ରୋକିବା ଆମ ଲକ୍ଷ୍ୟ।

corona-virus

ସୂଚନାଯୋଗ୍ୟ ଯେ କେବଳ ଟ୍ଵିଟର ନୁହେଁ ବରଂ ଟିସିଏସ୍‌ ଓ ଏଚ୍‌ସିଏଲ୍‌ ଭଳି କମ୍ପାନୀ ମଧ୍ୟ ନିଜ କର୍ମଚାରୀଙ୍କୁ ଅଯଥା କାମରେ ବାହାରକୁ ଯିବାକୁ ମନା କରିଛି। ଭାରତରେ କରୋନା ଭାଇରସ୍‌ର ଏକାଧିକ ମାମଲା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଲୋକେ ଖୁବ୍‌ ଭୟଭୀତ ହୋଇଯାଇଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.