କର୍ମଚାରୀଙ୍କୁ ଝଟ୍‌କା, ୨୦୧୯-୨୦ ବର୍ଷ ପାଇଁ କମିଲା EPF ସୁଧ ହାର

ନୂଆଦିଲ୍ଲୀ : କମିଲା କର୍ମଚାରୀ ଭବିଷ୍ୟନିଧି- EPF ସୁଧ ହାର। ୨୦୧୯-୨୦ ବର୍ଷ ପାଇଁ EPF ସୁଧ ହାର ୮.୫୦ ପ୍ରତିଶତକୁ ଖସିିଲା । ୨୦୧୮-୧୯ରେ ଇପିଏଫ ସୁଧହାର ଥିଲା ୮.୬୫%।

ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ କର୍ମଚାରୀଙ୍କୁ ଝଟ୍‌କା ଲାଗିଛି । କାରଣ ଗତ କିଛି ବର୍ଷ ହେଲା ଇପିଏଫ୍‌ ସୁଧହାର କମି କମି ଚାଲିଛି । ୨୦୧୨-୧୩ରେ ୮.୫ ପ୍ରତିଶତ ଥିଲା । ଏହା ପରେ ୨୦୧୩-୧୪ ଓ ୧୪-୧୫ରେ ୮.୭୫, ୨୦୧୫-୧୬ରେ ୮.୮, ୨୦୧୬-୧୭ରେ ୮.୬୫, ୨୦୧୭-୧୮ରେ ୮.୫୫ ପ୍ରତିଶତ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.