ଅଷ୍ଟ୍ରେଲିଆରେ ଅବସ୍ଥିତ ଶିବଙ୍କ ତ୍ରୟାଦଶ ଜ୍ୟୋର୍ତିଲିଙ୍ଗ, ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ

ଶିବ ପୁରାଣର କୋଟି ରୁଦ୍ର ସଂହିତାରେ ସୁତା ମୁନି ଉଲ୍ଲେଖ କରିଛନ୍ତି କେଦାରନାଥ ଠାରୁ ରାମେଶ୍ୱରମ ପର୍ଯ୍ୟନ୍ତ ୧୨ଟି ଜ୍ୟୋର୍ତିଲିଙ୍ଗ ବ୍ୟତୀତ ୯ଟି ଉପ-ଜ୍ୟୋର୍ତିଲିଙ୍ଗ ରହିଛି। ଏଥିମଧ୍ୟରୁ ୧୩ତମ ଅର୍ଥାତ ତ୍ରୟାଦଶ ଜ୍ୟୋର୍ତିଲିଙ୍ଗ ସେଥିମଧ୍ୟରୁ ଗୋଟିଏ ହୋଇପାରେ। ଯାହା ନେପାଳ ଠାରୁ ଅଷ୍ଟ୍ରେଲିଆ ସ୍ଥାନାନ୍ତରିତ କରାଯାଇଥିଲା। ମୁକ୍ତି-ଗୁପ୍ତେଶ୍ୱର ଭଗବାନ ଶିବଙ୍କ ୧୧୨୯ ନାମ ମଧ୍ୟରୁ ଗୋଟିଏ।

mukti_gupteshwar-ପ୍ରାରମ୍ଭିକ ପୂଜା ସ୍ୱାଭାବିକ ରୂପେ ତିଆରି ହୋଇଥିବା ଗୁମ୍ଫା(ଯେଭଳି ଅମରନାଥ) ରେ ହୋଇଥିଲା। ଏହା ପ୍ରାର୍ଥର୍ନାରେ ଅହଂକାରର ବିନମ୍ରତାକୁ ଦର୍ଶାଇଥାଏ। ଯେତେବେଳେ ଆମେ ଗୁମ୍ଫା ମଧ୍ୟରେ ରହିଥାଉ ସେତେବେଳେ ଆମେ ଧରିତ୍ରୀ ପାଖରେ ରହିଥାଉ ଏବଂ ଧରିତ୍ରୀ ମାଁ ର ଗର୍ଭରେ ସଂରକ୍ଷିତ ରହିଥାଉ। ମାଟି ତଳେ ସମ୍ପୂର୍ଣ୍ଣ ଶାନ୍ତି ମିଳିଥାଏ, ଯାହା ଧ୍ୟାନ ପାଇଁ ଅଧିକ ଅନୁକୂଳ ରହିଥାଏ। ଏହା ମଧ୍ୟରେ ଆପଣ ନିରନ୍ତର ତାପମାନର ଆନନ୍ଦ ନେଇପାରିବେ, ଗରମ ଦିନେ ସାପେକ୍ଷ ଥଣ୍ଡା ଏବଂ ଥଣ୍ଡା ଦିନେ ଗରମ। ଏଭ ଳି କୃତ୍ରିମ ଗୁମ୍ଫା ମନ୍ଦିର ନିର୍ମାଣ ପୂର୍ବରୁ ବାସ୍ତୁକାରଙ୍କ ଦ୍ୱାରା କଳ୍ପନା କରାଯାଇଥିଲା।

mukti_gupteshwar_hallମୁକ୍ତି ଗୁପ୍ତେଶ୍ୱର ମନ୍ଦିର ୨୦୩ ଇଗଲବ୍ୟୁ ରୋଡ, ଏନଏସଡବ୍ଲ୍ୟୁ, ୨୫୬୬, ଅଷ୍ଟ୍ରେିଲିଆରେ ଅବସ୍ଥିତ। ଏହା ମିଂଟୋ ରେଲେଓ୍ଵ ଷ୍ଟେସନ ନିକଟରେ ଅବସ୍ଥିତ, ଯାହା ସିଡନୀ ନିକଟରୁ ପାଖାପାଖି ୪୫ ମିନିଟ୍‌ ଲାଗିଥାଏ।

Leave A Reply

Your email address will not be published.