ଆସନ୍ତା ୧୫ରେ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ୧୦ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆଓ୍ଵାର୍ଡ୍ସ-୨୦୧୯

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ ୧୦ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆଓ୍ଵାର୍ଡ୍ସ ୨୦୧୯ । ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ପ୍ରତିଷ୍ଠାନ ହ୍ଵାଇଟ୍‌ କାନ୍‌ଭାସ୍‌ ଓ ଓଫା ଫାଉଣ୍ଡେସନ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଫିଲ୍ମ ଫେୟାରର ୧୦ବର୍ଷର ଜୟଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା । ଅତିଥିଭାବେ ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ଅଜୟ ନାୟକ, ଶୁଭେନ୍ଦୁ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜୀବନବ୍ୟାପି ସାଧନା ପୁରସ୍କାର ଅଭିନେତା ଅଜିତ୍‌ ଦାଶଙ୍କୁ ସମ୍ମାନୀତ କରାଯିବ ବୋଲି କୁହାଯାଇଛି ।

odiaଏହା ସହ ୨୬ଟି ଭିନ୍ନ ଭିନ୍ନ ବିଭାଗର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ସହ ପୁରସ୍କୃତ କରାଯିବ ବୋଲି ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଛନ୍ତି । ସେହିପରି ପ୍ରଥମ ଥର ପାଇଁ ରୁଚି ପକ୍ଷରୁ ଫିଲ୍ମ ଫେୟାର ମଞ୍ଚରେ ଦର୍ଶକଙ୍କୁ ସିଧାସଳଖ ଅର୍ଥରାଶି ପୁରସ୍କାର ବ୍ୟବସ୍ଥା କରାଯିବା ନେଇ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଛନ୍ତି । ଉପସ୍ଥିତ ଦର୍ଶକମାନେ ଜୁନିୟର୍‌ ବିଗ୍‌ ବିଙ୍କ ସହ କୁଇଜ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୧୦, ୧୫ ଓ ୨୦ ହଜାର ନଗଦ ଅର୍ଥରାଶି ଜିତି ପାରିବେ । ଓଫା କାର୍ଯ୍ୟକ୍ରମରେ କର୍କଟ ପୀଡିତ ଶିଶୁଙ୍କୁ ଅର୍ଥରାଶି ପ୍ରଦାନ କରାଯିବା ସହ ସୁପର ୩୦ଟିମର ଦିବ୍ୟାଙ୍ଗଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯିବ । ଏହି ଅବସରରେ ୮ହଜାର ଦର୍ଶକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.