ଦୁନିଆର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏହି ସମୟରେ ରୋଡ ସେଫ୍ଟି ଓ୍ଵାଲର୍ଡ ସିରିଜରେ ବ୍ୟସ୍ତ ଅଛନ୍ତି। ରୋଡ ସେଫଟିରେ ସଚିନଙ୍କ ପ୍ରଦର୍ଶନକୁ ଆଜିବି ଲୋକେ ପ୍ରେରିତ ହେଉଛନ୍ତି। ସେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ବିଦାୟ ନେବାରେ ବହୁତ ଦିନ ହୋଇଗଲାଣି କିନ୍ତୁ ସେ ଆଜି ବି ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ଘର କରି ରହିଛନ୍ତି। ସଚିନ କ୍ରିକେଟ ମଇଦାନରେ ବହୁତ ଥର ତ ନିଜର ଜବରଦସ୍ତ ପରଫରମାନ୍ସ ଦେଖାଇଛନ୍ତି କିନ୍ତୁ ଏକେ ବକ୍ସିଂ ଟ୍ୟାଲେଣ୍ଟ ଦେଖାଇଛନ୍ତି।
ପୂର୍ବ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କ ପୁଅ ଇମରାନଙ୍କ ସହିତ ସଚିନ ମସ୍ତି ମଜାକ କରୁଥିବାର ଦେଖିବାକୁ ମିଳିଥିଲା। ସେ ଇରଫାନଙ୍କ ପୁଅ ଇମରାନଙ୍କ ସହିତ ମସ୍ତି ମଜାକ କରିବା ସହିତ ତାଙ୍କ ଉଚ୍ଚତା ମାପୁଥିଲେ। ଠିକ୍ ଏହି ସମୟରେ ଇମରାନଙ୍କ ପୁଅ ସଚିନଙ୍କୁ ମୁକ୍କା ମାରିଲେ। ସଚିନ ବି ଛାଡିନଥିଲେ ସେ ଇମରାନଙ୍କ ସହିତ ବି ଲଢ଼ୁଥିବା ନଜର ଆସିଥିଲେ।
#Imran didn’t realise what he did 🤭 he will when he grows up… #boxing @sachin_rt paji😇 pic.twitter.com/RL81yBoYmX
— Irfan Pathan (@IrfanPathan) March 8, 2020
ଇମରାନଙ୍କ ସହିତ ସଚିନଙ୍କର ମଜାଳିଆ ଭିଡିଓକୁ ଇରଫାନ ତାଙ୍କ ଟ୍ଵିଟରରେ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ସଚିନ ପାଜି ଇମରାନଙ୍କୁ ଏହା ଜମା ବି ଜଣାନାହିଁ ଯେ ସେ କଣ କରିଛି। ଯେତେବେଳେ ମୋ ପୁଅ ବଡ ହେବ ତାର ଭୁଲକୁ ଅନୁଭବ କରିବ। ଏହାପରେ ସଚିନ ଜବାବରେ ଦେଇଛନ୍ତି ପିଲାଙ୍କ ସହିତ ସମୟ ବଚିତାଇବା ବହୁତ ଭଲ ଲାଗେ। ସଚିନ ଏହା ବି ଲେଖିଛନ୍ତି ଇମରାନ ଦେଖିବ ଦିନେ ତୁମ ମସଲ୍ସ ମୋ ଠାରୁ ଏବଂ ତୁମ ବାପାଙ୍କ ଠାରୁ ଅଧିକ ମଜବୁତ ହେବ।