ୟେସ୍‌ ବ୍ୟାଙ୍କ ସଙ୍କଟ ଓ କରୋନା ଭାଇରସ୍‌ ଯୋଗୁ ପୁଣି ଖସିଲା ସେୟାର ବଜାର, ଆଜି ପାଖାପାଖି ୨୩୦୦ଶହ ପଏଣ୍ଟ ତଳକୁ ଖସିଛି ସେନ୍‌ସେକ୍ସ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ସଙ୍କଟ ଓ କରୋନା ଭାଇରସ୍‌ ଯୋଗୁ ପୁଣି ଖସିଲା ସେୟାର ବଜାର । ଆଜି ସେନ୍‌ସେକ୍ସ ପାଖାପାଖି ୨୩୦୦ଶହ ପଏଣ୍ଟ ତଳକୁ ଖସିଛି । ସେହିପରି ନିଫ୍‌ଟି ୬ ଶହ ପଏଣ୍ଟ ତଳକୁ ଖସିଥିଲା । ଆଜି ସେନ୍‌ସେକ୍ସ ୩୬ ହଜାର ୩୮୮.୨୮ ସହ କାରବାର ଆରମ୍ଭ କରିଥିବା ବେଳେ ନିଫ୍‌ଟି ୧୦ ହଜାର ୬୫୭. ୦୫ ସହ କାରବାର ଆରମ୍ଭ କରିଥିଲା । ସେହିପରି ୟେସ୍‌ ବ୍ୟାଙ୍କ ସେୟାର ବୃଦ୍ଧି ହୋଇଥିଲା । ଆଜି ସେୟାର ବଜାର ଖୋଲିବା ବେଳକୁ ପାଖାପାଖି ୨୦ ପ୍ରତିଶତ ବୃଦ୍ଧି ହୋଇଥିଲା । ଏବେ ୩୪ ପ୍ରତିଶତ ବୃଦ୍ଧି ହୋଇଛି ।

sensex downସେପଟେ ସାଉଦି ଆରବ ତୈଳ ମୂଲ୍ୟ ହ୍ରାସ କରିବାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୩୦ ପ୍ରତିଶତ ହ୍ରାସ ପାଇଛି । ୧୯୯୧ ପରେ ତୈଳ ଦର ଏତେ ପରିମାଣରେ ହ୍ରାସ ପାଇବାରେ ଏହା ପ୍ରଥମ ଘଟଣା । କରୋନା ଭାଇରସ୍‌ ଯୋଗୁ ତେଲ ଚାହିଦା ହ୍ରାସ ପାଉଥିବାରୁ ବିକ୍ରି ନହୋଇ ଗଚ୍ଛିତ ହୋଇ ରହିଛି । ସେଥିପାଇଁ ସାଉଦି ଆରବ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.