Below header

‘ସ୍ନେକ୍‌ ଗାର୍ଲ’ ମେଘା ଶ୍ରୀବାସ୍ତବ, ମାତ୍ର ୧୯ ବର୍ଷ ବୟସରେ ଧରିଲେଣି ୧୦୦୦ରୁ ଅଧିକ ସାପ!

ସ୍ନାତକ ପାସ୍‌ କରିଥିବା ୧୯ ବର୍ଷୀୟା ଜଣେ ଯୁବତୀ ‘ସ୍ନେକ୍‌ ଗାର୍ଲ’ ନାଁରେ ବେଶ୍‌ ଜଣାଶୁଣା। ଯୁବତୀ ଜଣକ ୬ ମାସ ଭିତରେ ୧ ହଜାରରୁ ଅଧିକ ସାପ ଧରିସାରିଲେଣି, ଯେଉଁଥିରେ ବିଷଧର ନାଗ, ଚିତି, ଗୋଖର ଆଦି ସାମଲ ଅଛନ୍ତି। ଯୁବତୀଙ୍କ ପ୍ରକୃତ ନାଁ ମେଘା ଶ୍ରୀବାସ୍ତବ, ସେ ଜାମ୍‌ସେଦପୁରରେ ରୁହନ୍ତି।

d4

କେମିତି ମନରେ ଜନ୍ମିଥିଲା ଏହି ଇଚ୍ଛା

ଏକ ଟିଭି ଚ୍ୟାନେଲ ଦେଖି ମେଘାଙ୍କ ମନରେ ସାପ ଧରିବା ପାଇଁ ପ୍ରବଳ ଇଚ୍ଛା ଜାଗ୍ରତ ହୋଇଥିଲା। ସେତେବେଳେ ଲୋକେ ସାପକୁ ଦେଖିଲା ମାତ୍ରେ ମାରି ଦେଉଥିଲେ କିମ୍ବା ଗୁରୁତର ଆଘାତ ପହଞ୍ଚାଉଥିଲେ। ଏହି କାରଣରୁ ମେଘା ଆହତ ସାପମାନଙ୍କୁ ବଞ୍ଚାଇବା କାମ ଆରମ୍ଭ କରିଦେଇଥିଲେ।

ସାପ ଉଦ୍ଧାର ପାଇଁ ମେଘାଙ୍କ ପାଖକୁ ଯେଉଁଠୁ କଲ୍‌ ଆସିଥାଏ, ସେ ସଙ୍ଗେ ସଙ୍ଗେ ନିଜ ଗୁରୁ ଛୋଟୁଙ୍କ ସହ ବାହାରି ପଡ଼ନ୍ତି। ମେଘା ଝାଡଖଣ୍ଡର ପ୍ରଥମ ଯୁବତୀ, ଯିଏ ସାପମାନଙ୍କୁ ଉଦ୍ଧାର କରିଥାଆନ୍ତି। ହାତରେ ଗ୍ଲୋଭ୍‌ସ, ଗୋଡ଼ରେ ବୁଟ୍‌ ଏବଂ ସ୍ନେକ୍‌ ବାଡ଼ି ଧରି ନିଜ ଅଭିଯାନରେ ବାହାରି ଯାଆନ୍ତି ମେଘା। ସାପକୁ ଉଦ୍ଧାର କରି ପାଖ ଜଙ୍ଗଲରେ ନେଇ ଛାଡ଼ି ଦିଅନ୍ତି।

d3

୧୦ ଫୁଟ୍‌ ଲମ୍ବା ସାପ ଧରିବାରେ ହୋଇଥିଲେ ସଫଳ

ମେଘା ନିକଟରେ ବାଗବେଡା ଅଞ୍ଚଳରୁ ଏକ ଢମଣା ସାପ ଧରିଥିଲେ, ଯାହାର ଲମ୍ବା ଥିଲା ପାଖାପାଖି ୧୦ ଫୁଟ। ଏକ ଘର ଭିତରୁ ଏହି ସାପକୁ ଧରାଯାଇଥିଲା। ସେହିପରି କିଛି ଦିନ ପୂର୍ବେ ସେ ଚିତି ଓ ଗୋଖର ସାପକୁ ଧରି ଡବା ଭିତରେ ବନ୍ଦ କରିଦେଇଥିଲେ। ଏଥିପାଇଁ ଲୋକେ ତାଙ୍କୁ ‘ସ୍ନେକ୍‌ ଗାର୍ଲ’ କହିଥାଆନ୍ତି।

ମେଘା କୁହନ୍ତି, ‘କିଛି ଲୋକ ସାପ ବାହାରିଲେ, ତାକୁ ମାରି ଦିଅନ୍ତି। ଏଥିପାଇଁ ମୁଁ ସାପ ଉଦ୍ଧାର କରିବାର କୌଶଳ ଶିଖିଲି। ଏ ପଯ୍ୟର୍ନ୍ତ ୧୦୦୦ରୁ ଅଧିକ ସାପ ଧରସାରିଲିଣି। ସାପ ଧରିବା ସମୟରେ ଟିକେ ଡର ଲାଗିଥାଏ। କିନ୍ତୁ ମୋ ଜୋସ୍‌ ଆଗରେ ସବୁ ଫିକା ପଡ଼ିଯାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.