ମୁମ୍ବାଇ: କରୋନା ଭାଇରସ୍ ପାଇଁ ଘୁଞ୍ଚିଲା ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍ ଡେଟ୍ । ଏହାର ନୂଆ ରିଲିଜ୍ ଡେଟ୍ ପରେ ଘୋଷଣା କରିବାକୁ ଫିଲ୍ମ ନିର୍ମାତା କହିଛନ୍ତି । ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରିଲିଜ୍ ହେବାର ଥିଲା । କରୋନା ପାଇଁ କେତେକ ସିନେମା ହଲ୍ ବନ୍ଦ କରାଯାଉଥିବାରୁ ସୂର୍ଯ୍ୟବଂଶୀର ରିଲିଜ୍ ଡେଟ୍ ମଧ୍ୟ ଘୁଞ୍ଚାଯାଇଛି ।
ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଛନ୍ତି କ୍ୟାଟ୍ରିନା କୈଫ । ସିଘଂମ ଓ ସିମ୍ବା ପରେ ପୋଲିସ ପୃଷ୍ଠଭୂମି ଉପରେ ଆଧାରିତ ରୋହିତ ସେଟ୍ଟୀଙ୍କ ଏହା ତୃତୀୟ ଫିଲ୍ମ । ଫିଲ୍ମରେ ସୂର୍ଯ୍ୟବଂଶୀ ଭୂମିକାରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର । ମୁମ୍ବାଇରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିବାକୁ ଦାୟିତ୍ୱ ନେଇଛନ୍ତି ଅକ୍ଷୟ। ଫିଲ୍ମରେ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହା ସହ ରଣବୀର ସିଂ ଓ ଅଜୟ ଦେବଗନଙ୍କୁ ସ୍ପେଶାଲ ଆପିରାୟନ୍ସରେ ଦେଖିବାକୁ ମିଳିବ।