ଜଣେ କରୋନା ଆକ୍ରାନ୍ତଙ୍କ ପାଇଁ ହଇରାଣ ହେଲେ ୨୮୯ ବିମାନ ଯାତ୍ରୀ, ଅଧାବାଟରେ କରାଗଲା ଜରୁରୀ ଅବତରଣ

ଜଣେ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଦୁବାଇ ନେଉଥିବା ୨୮୯ ଜଣ ଯାତ୍ରୀଙ୍କୁ ଅଧାବାଟରେ ଓହ୍ଲାଇଲା ଏମିରେଟସ୍ ବିମାନ। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ କୋଚିରେ ଓହ୍ଲାଇଦେଲା ଏହି ଯାତ୍ରୀବାହୀ ବିମାନ। ସୂଚନା ଅନୁଯାୟୀ ଉଡାଣର କିଛି ସମୟ ପରେ ହିଁ ଜଣାପଡିଲା ଯେ ୨୮୯ ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ରୋଗୀ ଅଛନ୍ତି। ଏହା ଜଣାଡିବା ପରେ ଯାତ୍ରୀମାନେ ଛାନିଆ ହୋଇଗଲେ ବିମାନ ଭିତରେ ହଇଚଇ ସ୍ରୁଷ୍ଟି ହେଲା। ସମସ୍ତ ଯାତ୍ରୀଙ୍କ ମନରେ ଭୟର ସଞ୍ଚାର ଖେଳିଗଲା। ଏହାପରେ ଏହି ଖବର ପାଇଲଟଙ୍କ ପାଖରେ ପହଁଚିଲା ଯାହାପରେ ସେ କୋଚି ବିମାନବନ୍ଦରରେ ବିମାନଟିକୁ ଅବତରଣ କରିବାକୁ ବାଧ୍ୟ ହେଲେ।

cochinସୂଚନା ଅନୁଯାୟୀ ଦୁବାଇ ଯାଉଥିବା ଏହି ବିମାନରେ ବ୍ରିଟେନର ଜଣେ ଯାତ୍ରୀ ଥିଲେ। ସେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ ବୋଲି ସ୍ଥାନୀୟ ପ୍ରସାଶନ ତାଙ୍କ ଉପରେ ନଜର ରଖିଥିଲା କିନ୍ତୁ ସେ ସେଠାରୁ ସେ ଖସି ଆସି ଏହି ବିମାନରେ ବସି ଦୁବାଇ ଯାଉଥିଲେ। ଏହି ଆକ୍ରାନ୍ତ ଜଣଙ୍କ ଏକ ୧୯ ଜଣିଆ ଟିମ୍ ସହ କେରଳର ମୁନ୍ନାରକୁ ବୁଲି ଆସିଥିଲେ।

Leave A Reply

Your email address will not be published.