ବିଗବସ୍ର ହ୍ୟାଣ୍ଡସମ୍ ହଙ୍କ୍ ସିଦ୍ଧାର୍ଥ ଶୁକ୍ଳା ଓ ପଞ୍ଜାବର କ୍ୟାଟ୍ରିନା କୈଫ ଶେହନାଜ ଗିଲ୍ ଲୋକଙ୍କୁ ନିଜ ଦିଓ୍ଵାନା ବନାଇଦେଇଛନ୍ତି। ବିଗ୍ବସ୍ ସରିବା ପରେ ଫ୍ୟାନ୍ମାନେ ଏହି କଳାକାରଙ୍କୁ ଏକାଠି ଦେଖିବାକୁ ଚାହିଁ ବସିଛନ୍ତି। ଏନେଇ ସୋସିଆଲ ମିଡିଆରେ ଲୋକେ ପୋଷ୍ଟ କରି ଜଣାଉଥିବା ଦେଖାଯାଇଛି। ଫ୍ୟାନ୍ଙ୍କ ଦାବିକୁ ଦେଖି ସିଦ୍ଧନାଜ୍ ଏବେ ଏକ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି। ପୁଣିଥରେ ଏହି ଯୋଡ଼ି ପରସ୍ପର ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବେ। ନିଜେ ଶେହନାଜ ଏନେଇ ସୂଚନା ଦେଇଛନ୍ତି।
ଶେହନାଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ଫଟୋରେ ଶେହନାଜଙ୍କ ସହ ସିଦ୍ଧାର୍ଥ ଶୁକ୍ଳା ଓ ସିଙ୍ଗର ଦର୍ଶନ ରାଓ୍ଵଲଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋ ସହ ଉଭୟଙ୍କ ସୁଟିଂ ବେଳର ଆଉ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି।
#BhulaDunga is going to Mega Blockbuster of this year.. @sidharth_shukla @Shehnazgill123 @DarshanRavalDZ
It’s going to be Historical.
Mark my words… 💙#SidNaazBrokeInternet@TSeries @TonyKakkar @iAmNehaKakkar pic.twitter.com/eOWDMV18sz— Sanjaya ❤SidHearts ❤ (@SanjayaSidHear1) March 16, 2020
ଏଥିସହ ଏହି ଯୋଡ଼ିଙ୍କ ଆଉ ଏକ ଫଟୋ ବି ଭାଇରାଲ ହୋଉଛି। ଫଟୋରେ ଉଭୟେ ରୋମାନ୍ସ କରୁଛନ୍ତି। ଫଟୋରେ ସିଙ୍ଗର ଦର୍ଶନ ରାଓ୍ଵଲ ମଧ୍ୟ ‘ଭୁଲା ଦୁଙ୍ଗା’ର କିଛି ଧାଡ଼ି ମଧ୍ୟ ଗାଉଛନ୍ତି। ଏଣୁ ଏହି ଗୀତ ପାଇଁ ଉଭୟେ ଅଭିନୟ କରୁଥିବା ଫ୍ୟାନ୍ମାନେ ଅନୁମାନ କରୁଛନ୍ତି।