କରୋନା ଭାଇରସର ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। କରୋନାର କାୟାକୁ ରୋକିବା ପାଇଁ ଏବଂ ରେଲେଓ୍ଵର ଭୀଡକୁ କମ୍ କରିବା ପାଇଁ ରେଲେଓ୍ଵ ବଡ ନିଷ୍ପତ୍ତି ନେଇଛି। ସାରା ଦେଶର ୨୫୦ ରୁ ଅଧିକ ରେଲୱେ ଷ୍ଟେସନର ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରୁ ବଢ଼ି ୫୦ ଟଙ୍କା କରିଦିଆଯାଇଛି। ମୁମ୍ବାଇ, ଅହମଦାବାଦ, ରତଲାମ, ରାଜକୋଟ, ଭାବନଗର ରେଳ ମଣ୍ଡଳରେ ଏହି ନିୟମ ଲାଗୁ କରିଦିଆଯାଇଛି।
ଏହାପୂର୍ବରୁ ରତଲାମ ମଣ୍ଡଳରେ ଟ୍ରେନକୁ ଏସି କୋଚ୍ ଯାତ୍ରୀ କୋଚକୁ ତାପମାନ ୨୫ ଡିଗ୍ରୀ ସେଲସିୟସ ରଖିବା ପାଇଁ ଆଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି ଯେ ଯାତ୍ରୀମାନଙ୍କୁ କମ୍ବଳର ଆବଶ୍ୟକ ନ ପଡୁ। ରେଲେଓ୍ଵ ଆଦେଶରେ ରବିବାର ଠାରୁ ଇନ୍ଦୋର ଷ୍ଟେସନରେ ଯିବା ଆସିବା କରୁଥିବା ଟ୍ରେନ ଏସି କୋଚର ପର୍ଦା ଏବଂ କମ୍ବଳକୁ ହଟାଇ ଦିଆଯାଇଛି। ଏବେ ଯାତ୍ରୀଙ୍କୁ ତକିଆ ଏବଂ ଚାଦର ଦିଆଯାଉଛି।
ସେଣ୍ଟ୍ରାଲ ରେଲେଓ୍ଵ ବଢ଼ାଇଲା ଦାମ୍
Public Relations Officer (PRO), Central Railway: Central Railway has increased platform ticket price from Rs. 10 to Rs. 50 on its Mumbai, Pune, Bhusawal and Solapur Divisions, till further orders, in order to curb crowd at these stations. #COVID19 pic.twitter.com/sVrghyMSij
— ANI (@ANI) March 17, 2020
ସେଣ୍ଟ୍ରାଲ ରେଲୱେ ଜନସମ୍ପର୍କ ବିଭାଗ ସୂଚନା ଦେଇଛି ଯେ ସେ ମଧ୍ୟ ମୁମ୍ବାଇ, ପୁନେ, ଭୁସାବଲ ଏବଂ ସୋଲାପୁର ଡିଭିଜନରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟର ଦାମ ୧୦ ଟଙ୍କାରୁ ବଢ଼ାଇ ୫୦ ଟଙ୍କା କରିଦିଆଯାଇଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଜୀବନ ନାଶକ କରୋନା କାରଣରୁ ସାରା ଦେଶରେ ତିନି ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ୧୩୦ ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଅଛନ୍ତି। ଏହି କରୋନା ଭାଇରସ୍ ଦେଶର ୧୫ଟ ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଲାଣି।