ସାରା ଦୁନିଆରେ କରୋନା ଭାଇରସ ବହୁତ ଦ୍ରୁତ ଗତିରେ ତାର କାୟା ବିସ୍ତାର କରିଚାଲିଛି। ଚୀନ, ଇଟାଲୀ ସମେତ ଏହି ଭୟଙ୍କର କରୋନା ଭାଇରସ ଭାରତରେ ମଧ୍ୟ ତାର ପ୍ରକୋପ ପକାଇଛି। ଭାରତରେ କରୋନାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଶୁକ୍ରବାର ଅର୍ଥାତ ଆଜି ସକାଳେ ରାଜସ୍ଥାନରେ ଜଣେ କରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ କରୋନାରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେ ଇଟାଲୀରୁ ଫେରିଥିଲେ।
ସେହିପରି ଏବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୦୦ରେ ପହଁଚିଛି। ଏହାରି ଭିତରେ ଆସନ୍ତା ମାର୍ଚ୍ଚ ୨୨ରେ ସମସ୍ତ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିକ ଯାତ୍ରୀଙ୍କର ଉଡାଣ ଏବଂ ଅବତରଣ ପରେ ଗୋଟେ ସପ୍ତାହ ପାଇଁ ପ୍ରତିବନ୍ଧ ଲଗାଇ ଦିଆଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୂର୍ବରୁ ପଞ୍ଜାବରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ସେ ଜଣେ ବୟଷ୍କ ଥିଲେ ଏବଂ ସେ ସୁଗାର, ହୃଦରୋଗ ଭଳି ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ। ଛତିଶଗଡ ଏବଂ ଚଣ୍ଡିଗଡ଼ରେ କରୋନା ଭାଇରସରେ ସଂକ୍ରମଣର ପ୍ରଥମ ମାମଲା ମଧ୍ୟ ସାମ୍ନାକୁ ଆସିଛି।