କରୋନା ନାହିଁ କହି ବାରମ୍ବାର ଘରକୁ ପଠାଇଦେଉଥିଲେ ଡାକ୍ତର, ଶେଷରେ ସେହି କରୋନା ନେଇଗଲା ଯୁବକର ପ୍ରାଣ

ଆଜି ସାରା ବିଶ୍ଵ କରୋନା ପାଇଁ ଆତଙ୍କିତ । ସମସ୍ତଙ୍କ ମନରେ କେବଳ ଗୋଟିଏ ଭୟ କରୋନା । କାରଣ ଏହା କେତେବେଳେ କାହାକୁ ହୋଇଯିବ ସେଥିପାଇଁ ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ତେବେ ଏହା ମଧ୍ୟରେ କିଛି ଏପରି ଲୋକ ଅଛନ୍ତି ଯିଏକି ଏହି ଭାଇରସକୁ ଏବେ ପର୍ଯ୍ୟନ୍ତ ମଧ୍ୟ ଗମ୍ଭିରତାର ସହ ନେଇନାହାନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ତ ସେତେବେଳେ ଘଟିଲା ଯେତେବେଳେ ସ୍ପେନର ଡାକ୍ତରମାନେ ମଧ୍ୟ କରୋନାକୁ ଅବହେଳା କରିଥିଲେ ।

 

ସୂଚନା ଅନୁଯାୟୀ ସ୍ପେନରେ ରହୁଥିବା ଜଣେ ୨୦ ବର୍ଷୀୟ ଯୁବକ ଥରେ ନୁହେଁ ବରଂ ଦୁଇ ଦୁଇ ଥର ଡାକ୍ତରଙ୍କ ପାଖକୁ ନିଜର ଚେକଅପ କରାଇବା ପାଇଁ ଯାଇଥିଲେ କିନ୍ତୁ ଦୁଇଥର ଯାକ ଡାକ୍ତର ତାଙ୍କୁ ‘no need to worry’ କହି ଘରକୁ ପଠାଇ ଦେଇଥିଲେ । କାରଣ ଉକ୍ତ ଯୁବକ ଜଣକ ପ୍ରବଳ ଜ୍ୱରରେ ପୀଡିତ ନଥିଲେ । ତେବେ ଚତୁର୍ଥ ଦିନ ସକାଳେ ଯୁବକ ଜଣଙ୍କୁ କିଛି ଦେଖାଯାଇନଥିଲା ଏବଂ ମୁଣ୍ଡ ବୁଲାଇ ତଳେ ପଡିଯାଇଥିଲେ । ଏହାକୁ ଦେଖି ତାଙ୍କ ବାପା ତାଙ୍କୁ ପୁଣିଥରେ ଡାକ୍ତରଖାନା ନେଇଯାଇଥିଲେ ଏବଂ ଟେଷ୍ଟ ପରେ ତାଙ୍କର କରୋନା ପଜିଟିଭ ଆସିଥିଲା ।

୨୦ ବର୍ଷୀୟ ଉକ୍ତ ଯୁବକଙ୍କୁ ଥଣ୍ଡା ,ସର୍ଦ୍ଦି ହେବା ସହିତ ଗଳାରେ ସମସ୍ୟା ଦେଖାଦେଉଥିଲା କିନ୍ତୁ ଜ୍ଵର ବହୁତ ଜୋରରେ ନଥିଲା । ସେ ଡାକ୍ତରଙ୍କ ପାଖକୁ ଯିବାପରେ ସେମାନେ ତାଙ୍କୁ ପାରାସିଟାମଲ ଦେଇ ଘରକୁ ପଠାଇ ଦେଇଥିଲେ । ତେବେ ସେ ବେହୋସ ହୋଇଯିବା ପରେ ଯେତେବେଳେ ତାଙ୍କ ପିତା ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ସେତେବେଳେ ତାଙ୍କ ଦେହରେ ପ୍ରବଳ ଜ୍ଵର ଥିଲା । ଡାକ୍ତରମାନେ ତୁରନ୍ତ ତାଙ୍କୁ ଭେଣ୍ଟିଲେସନକୁ ପଠାଇ ଦେଇଥିଲେ । ବ୍ଲଡ଼ ଟେଷ୍ଟ ପରେ ଜଣାପଡିଥିଲା ଯେ ଉକ୍ତ ଯୁବକଙ୍କୁ leukemia ଅଥବା କ୍ୟାନ୍ସର ମଧ୍ୟ ରହିଥିଲା । ତେବେ କ୍ୟାନ୍ସର କାରଣରୁ ତାଙ୍କ ଇମ୍ୟୁନ ସିଷ୍ଟମ ଏହି ଭାଇରସକୁ ସହ୍ୟ କରିପାରିନଥିଲା । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପୁଅର ମୃତ୍ୟୁପରେ ତାଙ୍କ ପିତା ଏକ ପୋଷ୍ଟ ସେୟାର କରି ଲେଖିଥିଲେ ଯେ, ଆମେ ଜାଣିଥିଲୁ କରୋନା ପୁରା ଦେଶକୁ କବଳିତ କରି ରଖିଛି । କିନ୍ତୁ ଫ୍ରାନ୍ସରେ ବି ଏଭଳି ଘଟିବ ତା ପୁଣି ନିଜ ଘରେ, ସେକଥା ଆମେ କେବେବି ଭାବିନଥିଲୁ । ପୁଅକୁ ହରାଇବା ପରେ ଆମେ ସମସ୍ତ ପରିବାରବର୍ଗ ନିଜକୁ ଘରେ ବନ୍ଦୀ କରି ରଖିଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.