କରୋନା ମୁକାବିଲା ପାଇଁ ଗଠନ ହେଲା ‘ପିଏମ କେୟାର ଫଣ୍ଡ’, ଦେଶର ସବୁ ବର୍ଗର ଲୋକ ଦାନ କରିବା ପାଇଁ ନିବେଦନ କଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କରୋନା ମୁକାବିଲା ପାଇଁ ‘ପିଏମ କେୟାର ଫଣ୍ଡ’ ଗଠନ ହେଲା। ଏହି ପାଣ୍ଠିକୁ ଦାନ କରିବା ପାଇଁ ଦେଶର ସବୁ ବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ସମୟର ମୁକାବିଲା ଏବଂ ଆଗକୁ ସୁସ୍ଥ ଭାରତ ଗଠନ ଦିଗରେ ଏହି ଅର୍ଥ ସହାୟକ ହେବ ବୋଲି ମୋଦି ଟ୍ଵିଟ୍‌ କରି କହିଛନ୍ତି । ଏହି ପାଣ୍ଠିକୁ ଦାନ କରିବାକୁ ଆକାଉଣ୍ଟ ନମ୍ବର ଦିଆଯାଇଛି । ଆକାଉଣ୍ଟର ନା PM CARES. ଆକାଉଣ୍ଟ ନମ୍ବର 2121PM 20202. IFSC CODE : SBIN0000691. SWIFT CODE : SBININBB104 . STATE BANK OF INDIA, NEW DELHI MAIN BRANCH. ସେହିପରି pmindia.gov.in ବ୍ୟବହାର କରି ମଧ୍ୟ ଅର୍ଥ ଦାନ କରିହେବ। କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାଙ୍କିଂ, UPI ଓ RTGS ବା NEFT ମାଧ୍ୟମରେ ଅର୍ଥ ଦାନ କରି ହେବ। ଗଠନ ହୋଇଥିବା ଏହି ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ନିଜେ ପ୍ରଧାନମନ୍ତ୍ରୀ। ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଏହାର ସଦସ୍ୟ ଅଛନ୍ତି ।

Leave A Reply

Your email address will not be published.