କରୋନା ଭାଇରସ ଲକ୍‌ଡାଉନ: ଦୁର୍ଘଟଣାରେ ଚାଲିଗଲା ୧୨ଜଣଙ୍କ ଜୀବନ

କରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଭାରତରୁ ୨୧ ଦିନ ପାଇଁ ଲକ୍‌ଡାଉନ କରିଛନ୍ତି। କିନ୍ତୁ ଏହି ଲକ୍‌ଡାଉନ କିଛି ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ଲକ୍‌ଡାଉନ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ୧୨ ଜଣ ଲୋକ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଶୁକ୍ରବାର ରାତିରେ ଭୟଙ୍କର ସଡକ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ, ଦ୍ୱିତୀୟ ଦୁର୍ଘଟଣା ମୁମ୍ବାଇ ଅହମଦାବାଦ ହାଇେଓ୍ଵରେ ହୋଇଛି। ଯେଉଁଥିରେ ୪ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

migrants

ଲକ୍‌ଡାଉନ ଯୋଗୁଁ ସବୁ ରାଜ୍ୟର ବର୍ଡର ସିଲ୍‌ ରହିଛି। ଏମିତିରେ ଉତ୍ତର, ଉତ୍ତର ପଶ୍ଚିମ ଏବଂ ପଶ୍ଚିମ ଭାରତର ପ୍ରତ୍ୟେକ ରାଜ୍ୟର ବର୍ଡରରେ ବହୁତ ସଂଖ୍ୟକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। କାମ ନ ମିଳିବାରୁ ସମସ୍ତେ ନିଜ ନିଜ ଘରକୁ ଯିବାକୁ ଚାହୁଁଚନ୍ତି। ଏହି ଲୋକଙ୍କ ମଧ୍ୟରେ ବେରୋଜଗାରୀର ଭୟ ଏତେ ରହିଛି ଯେ, ସରକାର ଦେଇଥିବା ପ୍ରତିଶ୍ରୁତି ଉପରେ ଏମାନେ ଭରସା କରିପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ ଲୋକ ଗାଡି, ରିକ୍ସା ଏବଂ କିଛି ଲୋକ ଚାଲିଚାଲି ହଜାର ହଜାର କିଲୋମିଟର ବାଟ ଯାତ୍ରା କରୁଛନ୍ତି।

ଆପଣମାନେ ଦିଲ୍ଲୀର ଆନନ୍ଦବିହାର ଏବଂ ଲାଲ କୁଆଁ ବସ୍‌ ଷ୍ଟାଣ୍ଡର ଦୃଶ୍ୟ ନିଶ୍ଚିତ ଦେଖିଥିବେ। ଏପରି ଅବସ୍ଥା ଅନ୍ୟ ରାଜ୍ୟର ମଧ୍ୟ ରହିଛି। ଆନ୍ଧ୍ରପ୍ରଦେଶ, କର୍ନାଟକ, ତେଲେଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ରର ବର୍ଡରରେ ଏପରି ହଜାର ହଜାର ସଂଖ୍ୟ ଲୋକ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.