BCCI ଦେଖାଇଲା ମହତପଣିଆ, କରୋନା ଭାଇରସ ସହ ଲଢ଼ିବା ପାଇଁ 51 କୋଟି ଟଙ୍କା ସହାୟତା ରାଶି ଘୋଷଣା

ବିସିସିଆଇ(BCCI) କରୋନା ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ 51 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ସଚିବ ଜୟ ଶାହ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଏହି ଯୋଗଦାନ ପାଇଁ ସମସ୍ତଙ୍କୁ ଏକାଠି କରାଇଥିଲେ।

ବୋର୍ଡ ଏକ ବୟାନରେ କହିଛି, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଚିବ ଜୟ ଶାହ ଏବଂ ବିସିସିଆଇର ବାକି ଅଧିକାରୀ ଓ ସଂଯୁକ୍ତ ରାଜ୍ୟଗୁଡିକ ଶନିବାର ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ 51 କୋଟି ଟଙ୍କା ଦାନ ଦେବାକୁ ନିଷ୍ପତ୍ତି ନେଇଥିଲେ, ଯେପରି ଦେଶର ବିପର୍ଯ୍ୟୟ ପରିଚାଳନାକୁ ମଜଭୁତ କରାଯାଇପାରିବ ଏବଂ କୋଭିଡ-19ରୁ ମୁକୁଳିବା ପାଇଁ ଗବେଷଣାରେ ସାହାଯ୍ୟ ମିଳିପାରିବ ।

Leave A Reply

Your email address will not be published.