ପ୍ରାୟତଃ ବାସି ରୁଟି ବା ଗତ କାଲି ରାତି ରୁଟି ଖାଇବାକୁ କିଏ ପସନ୍ଦ କରନ୍ତି ନାହିଁ। କିନ୍ତୁ ଅଧିକ ସମୟ ପର୍ଯ୍ଯନ୍ତ ମଧ୍ୟ ରୁଟିକୁ ରଖିଖାଇବା ଶରୀର ପାଇଁ ହୋଇଥାଏ ଲାଭଦାୟକ। ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ବାସି ରୁଟି ଖାଇବା ଶରୀର ପାଇ ବହୁ ଲାଭଦାୟକ। ବାସି ରୁଟିରେ ଅନେକ ପୋଷକ ତତ୍ତ୍ବ, ନ୍ଯୁଟ୍ରିୟସ ଏବଂ ପ୍ରୋଟିନ୍ ରହିଥାଏ। ଏହା ବ୍ଲଡ଼୍ ସୁଗାରରୁ ଆରମ୍ଭ କରି ବ୍ଲଡ଼ପ୍ରେସର ପର୍ଯ୍ଯନ୍ତ ସବୁକୁ ନିୟନ୍ତ୍ରଣରେ ରଖିଥାଏ। ଆସନ୍ତୁ ଜାଣିବା ବାସି ରୁଟି ଖାଇବାର ଫାଇଦା ବିଷୟରେ…..
ଯେଉଁ ବ୍ଯକ୍ତି ମାନଙ୍କୁ ମଧୁମେହ ବା ଡ଼ାଏବେଟିଜ୍ ରହିଛି ସେମାନେ ଦୈନିକ ବାସି ରୁଟି ଖାଇବା ଶରୀର ପାଇଁ ଲାଭଦାୟକ। ଯଦି ଆପଣଙ୍କୁ ମଧ୍ୟ ମଧୁମେହର ସମସ୍ଯା ରହିଛି ତେବେ ପ୍ରତିଦିନ ସକାଳେ ଥଣ୍ଡା କ୍ଷୀର ସହ ବାସି ରୁଟି ଖାଆନ୍ତୁ।
ଯଦି ଆପଣଙ୍କର ଏସିଡ଼ିଟି ବା ପେଟ ସମ୍ବନ୍ଧୀୟ କୌଣସି ସମସ୍ଯା ରହିଛି ସକାଳେ କ୍ଷୀର ସହ ବାସି ରୁଟି ଖାଆନ୍ତୁ। ଏହା ଦ୍ବାରା ଏସିଡ଼ିଟି, ପେଟ ଜଳାଇବା ଏଥି ସହ ପେଟ ସମ୍ବନ୍ଧୀୟ ଅନେକ ସମସ୍ଯାରୁ ମୁକ୍ତି ମିଳିବ।
ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ବାସି ରୁଟି ଖାଇବା ଦ୍ବାରା ରକ୍ତଚାପ ବା ବ୍ଲଡ଼ବପ୍ରେସର ନିୟନ୍ତ୍ରିତ ରହିଥାଏ। ସକାଳେ ବାସି ରୁଟିକୁ ଥଣ୍ଡା କ୍ଷୀର ସହ ଖାଆନ୍ତୁ ଦେଖିବେ ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିବ।
ସୂଚନା : ବାସି ରୁଟି ଖାଉଥିବା ସମୟରେ ଧ୍ୟାନ ରଖନ୍ତୁ କି , ଏହା ୧୨-୧୫ଘଣ୍ଟା ମଧ୍ୟରେ ହିଁ ପ୍ରସ୍ତୁତ ହୋଇଥିବ। ଏଥିସହ ବାସି ରୁଟିକୁ ସବୁବେଳେ ଥଣ୍ଡା କ୍ଷୀର ସହ ଖାଇଲେ ହିଁ ଅନେକ ପ୍ରକାରର ଲାଭ ମିଳିଥାଏ। କାରଣ ବାସି ରୁଟିରେ ଥିବା କିଛି ପୋଷକୁ ଥଣ୍ଡା କ୍ଷୀରରେ ଥିବା ତତ୍ତ୍ବ ସହ ମିଶି ଶରୀରକୁ ଅନେକ ପ୍ରକାରର ଲାଭ ଦେଇଥାଏ।