ଗଜପତି(କେନ୍ୟୁଜ): କରୋନା ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ଼-୧୯ ଡାକ୍ତରଖାନା କରାଯାଇଛି ଉଦଘାଟନ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଜିଲ୍ଲାରେ କୋଭିଡ଼-୧୯ ହେଲଥ ସେଣ୍ଟର ଖୋଲାଯିବା ଭଳି ଗଜପତିରେ ମଧ୍ୟ ଏକ କୋଭିଡ଼ ହେଲଥ ସେଣ୍ଟର ନିର୍ମାଣ କରାଯାଇଛି। ଗଜପତି ଜିଲ୍ଲାପାଳ ଅନୁପମ ସାହା ପରଳାଖେମୁଣ୍ଡି ନିକଟସ୍ଥ ରାଜସୀତାପୁର ଠାରେ ଆନୁଷ୍ଠାନିକ ଭାବେ ଏହି ହସ୍ପିଟାଲଟି ଉଦଘାଟନ କରିଛନ୍ତି। ଏହି ହେଲଥ ସେଣ୍ଟରରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହେଲଥ ସେଣ୍ଟର ରହିଛି। ଏଥିରେ ୮ ଜଣ ହାଉସ ସର୍ଜନଙ୍କ ସମେତ ୨୦ ଜଣ ଡାକ୍ତର,୮୦ ଜଣ ନର୍ସ ଓ ଅନ୍ୟାନ କର୍ମଚାରୀ ନିୟୋଜିତ ହେବେ ବୋଲି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।