ଲକଡାଉନ୍ ସ୍ଥିତିରେ ଏମିତି କେତେକ ଛୋଟ ଛୋଟ କାମ କରି ନିଜ ସମ୍ପର୍କକୁ କରନ୍ତୁ ଆହୁରି ମଜଭୁତ…

ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ଅଧିକାଂଶ ଦେଶକୁ ଲକଡାଉନ କରିଦିଆଯାଇଛି। କରୋନା ଭାଇରସର ମୁକାବିଲା କରିବାକୁ ଆଉ ଅନ୍ୟ କୌଣସି ବାଟ ନ ଥିବାରୁ ବାଧ୍ୟ ହୋଇ ସରକାର ଏହି ପନ୍ଥା ଆପଣାଇଛନ୍ତି। ତେବେ କରୋନା ଭାଇରସ ଯୋଗୁ ଆମ କାର୍ଯ୍ୟଶୈଳୀ ସମେତ ବ୍ୟକ୍ତିଗତ ଜୀବନ ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ଅଧିକାଂଶ ପ୍ରେମୀଯୁଗଳ ଏବେ ପରସ୍ପରକୁ ଭେଟିପାରିନଥିବାରୁ ସେମାନଙ୍କ ସମ୍ପର୍କରେ ମଧ୍ୟ ତିକ୍ତତା ଦେଖାଦେଇଛି।

ଅନ୍ୟପଟେ ୨୪ ଘଣ୍ଟା ଘରେ ରହୁଥିବାରୁ ଏବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ତଥା ମନୋମାଳିନ୍ୟ ବଢ଼ୁଥିବା ଦେଖିବାକୁ ମିଳିଛି। ଲୋକମାନେ ବାହାରକୁ ଯାଇ ସାଙ୍ଗସାଥୀଙ୍କ ସହ ଭେଟି ପାରିନଥିବାରୁ ଭିତରେ ଭିତରେ ଚିଡଚିଡ ହେଉଛନ୍ତି। ତେବେ ଏତେ ସବୁ ସମସ୍ୟା ଭିତରେ ମଧ୍ୟ ଆମକୁ ଧୈର୍ଯ୍ୟର ସହ କାମ କରିବାକୁ ପଡିବ ବୋଲି ରିଲେସନସିପ ଏକ୍ସପର୍ଟ କୁହନ୍ତି। କାରଣ ବର୍ତ୍ତମାନ ଆମକୁ ସବୁ ଜିନିଷକୁ ଗ୍ରହଣ କରିବାକୁ ପଡ଼ିବ। ଘରେ ରହି ଅଫିସ କାମ ସହ ଘର କାମରେ ସହ ମା, ଭଉଣୀ କିମ୍ବା ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। ଏଥି ସହ ନିଜ ବୈବାହିକ ତଥା ପ୍ରେମ ସମ୍ପର୍କକୁ ମଧ୍ୟ ବୁଝିବାକୁ ପଡ଼ିବ।

relationship2ତଥାପି ଯଦି ଆପଣଙ୍କ ସମସ୍ୟା କମ ହେଉନାହିଁ ତେବେ ସାଥୀଙ୍କ ସହ ସମ୍ପର୍କକୁ ଏହି ସମୟରେ ମଜଭୁତ କରିବାକୁ ଆପଣ ନିମ୍ନୋକ୍ତ ଟିପ୍ସ ଆପଣାଇପାରିବେ…

  • ଯାହା ମନରେ ଚିନ୍ତା କରୁଛନ୍ତି ସାଥୀଙ୍କ ଆଗରେ ତାହା ଖୋଲି କୁହନ୍ତୁ। ଆପଣଙ୍କ ବ୍ୟବହାରରେ ଏହି ପରିବର୍ତ୍ତନର କାରଣ ତାଙ୍କୁ ବୁଝାନ୍ତୁ।
  • ସାଥୀଙ୍କ କଥା ମଧ୍ୟ ଶୁଣନ୍ତୁ।
  • ନିଜକୁ କିଛି ସମୟ ଦିଅନ୍ତୁ। ବର୍ତ୍ତମାନର ସ୍ଥିତି ସବୁଦିନ ରହିବ ନାହିଁ, ନିଜେ ଏହାକୁ ବୁଝନ୍ତୁ।
  • ଘରେ କିଛି ସମୟ ବାହାର କରି ପେପର ପଢ଼ନ୍ତୁ।
  • ଯୋଗ, ପ୍ରାଣାୟମ କରନ୍ତୁ। ଏହାଦ୍ୱାରା ମେଣ୍ଟାଲ ହେଲଥ ସୁସ୍ଥ ରହିବ।

happy couple - Stress Buster

  • ଘରେ ହିଁ କିଛି ସମୟ ଚଲାବୁଲା କରନ୍ତୁ ଫଳରେ ଫୁର୍ତ୍ତି ଲାଗିବ।
  • ଫୋନ ଓ ଭିଡିଓ କଲ ମାଧ୍ୟମରେ ଦୂରରେ ଥିବା ପରିଜନ କିମ୍ବା ସାଙ୍ଗ ସାଥିଙ୍କ ସହ କଥା ହୁଅନ୍ତୁ। ଦେଖିବେ ମନ ହାଲକା ଲାଗିବ।
  • ଖାଇବା ବେଳେ ଖାଦ୍ୟକୁ ନେଇ ସାଥୀଙ୍କ ସହ କଥା ହୁଅନ୍ତୁ। ସେ ପ୍ରସ୍ତୁତ କରିଥିବା ଖାଦ୍ୟର ପ୍ରଶଂସା କରନ୍ତୁ। ଏହା ଦ୍ୱାରା ସେ ଆପଣଙ୍କ ପାଇଁ ଖାଇବା ତିଆରି କରିବା ବେଳେ ଖୁସି ହେବେ।
  • ଅଫିସ କାମ ସରିବା ପରେ ପ୍ରତିଦିନ ସାଥୀଙ୍କୁ କିଛି ସମୟ ଦିଅନ୍ତୁ।

relationship

  • ଏକାଠି ବସି ଅତୀତ କଥା ଚର୍ଚ୍ଚା କରନ୍ତୁ। ଦେଖିବେ ସମ୍ପର୍କ ମଜଭୁତ ହେବ।
  • ଲକଡାଉନ ପିରିୟଡ଼କୁ ସକାରାତ୍ମକ ଢଙ୍ଗରେ ନିଅନ୍ତୁ। ଭାବନ୍ତୁ ଯେ ବ୍ୟସ୍ତବହୁଳ ଜୀବନରେ ଭଗବାନ ଆପଣଙ୍କୁ କିଛି ସମୟ ଏକାଠି ବିତାଇବାକୁ ସୁଯୋଗ ଦେଇଛନ୍ତି।
  • ଏଭଳି ଚିନ୍ତା କଲେ ଦେଖିବେ ଆପଣ ଆଦୌ ବୋର ହେବେନି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.