Below header

ସୁବ୍ରତ ବାଗଚୀ ଆଜି କହିଲେ, କରୋନା ପାଇଁ ଶାରୀରିକ ଦୂରତ୍ୱ ଜରୁରୀ ହେଲେ ମାନସିକ ଦୂରତ୍ୱ ରଖନ୍ତୁ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌): ୨୩ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍‌ । ମଝିରେ ୪୮ ଘଣ୍ଟାର ସଟ୍‌ ଡାଉନ୍‌ । ବନ୍ଧନ ଭିତରେ ରହିବାର ଆଜିକୁ ୧୫ ଦିନ ହୋଇଗଲା । ଏହା ଏକ ଲମ୍ବା ଦୌଡ଼ । ନିକଟ ଭବିଷ୍ୟତରେ ସଂଗ୍ରାମ ସରିବ ନାହିଁ । ତେଣୁ ମନକୁ ଶାନ୍ତ ରଖୁନ୍ତୁ ଓ ପ୍ରିୟଜନଙ୍କୁ ଶାନ୍ତ୍ୱନା ଦିଅନ୍ତୁ । ଏକଥା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ଘର ଭିତରେ ରହିବା ସମୟରେ ଶାରୀରିକ ପରିଶ୍ରମ କରିବେ । ଯାହା ଫଳରେ ଶରୀରିକ ସୁସ୍ଥତା ଓ କ୍ଷମତା ବଢ଼ାଇବା ଦରକାର । ସମସ୍ତ ପରିବାର ବସି ଏକାଠି ଖିଆପିଆ କରନ୍ତୁ ଓ ସାଥୀ ହୋଇ ରୁହନ୍ତୁ । ଅଳ୍ପପ ଖାଇଲେ ସୁସ୍ଥ ରହିବେ ବୋଲି ବାଗଚୀ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ବାର୍ତ୍ତାକୁ ସେ ଦୋହରାଇ ମା, ଭଉଣୀ, ସ୍ତ୍ରୀ, ଭାଉଜମାନଙ୍କ ଉପରେ କାମ ଲଦି ଦିଅନ୍ତୁ ନାହିଁ ବୋଲି କହିଥିଲେ । ସେହିପରି ବୟସ୍କ ଓ ଭିନ୍ନକ୍ଷମଙ୍କ ପ୍ରତି ଯତ୍ନ, ପିଲାମାନଙ୍କ ମନ କଥା ବୁଝିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ଆଉ କହିଛନ୍ତି, ଏହି କରୋନା ସମୟରେ ଶାରୀରିକ ଦୂରତ୍ୱ ରଖିବା କିନ୍ତୁ ମାନସିକ ଭାବେ ମେଳ ରଖିଲେ ପରିବାରରୁ ବିଶ୍ୱ ଯାଏ ସମସ୍ତେ ସୁସ୍ଥ ରହିବେ ।

ଓଡ଼ିଶା ଏବେ ୧୬ ନମ୍ବରରେ

କରୋନା ସଂକ୍ରମଣରେ ଦେଶରେ ଓଡ଼ିଶା ଏବେ ୧୬ ନମ୍ବରରେ ଅଛି । ଆଜି ସୁଦ୍ଧା ୨୪୪୧ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୪୨ଟି ପଜେଟିଭ୍‌ ଆସିଛି। ଜଣକର ମୃତ୍ୟୁ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨ ଜଣ । ୯୧ ଜଣ ପୃଥକବାସରେ ଅଛନ୍ତି ।

ବଢ଼ିଛି କଣ୍ଟେନମେଣ୍ଟ ଜୋନ୍‌

ଆଜି ସୁଦ୍ଧା ରାଜ୍ୟରେ ମୋଟ୍‌ କଣ୍ଟେନମେଣ୍ଟ ଜୋନ୍‌ କେତେ ସେ ସମ୍ପର୍କରେ ଶ୍ରୀ ବାଗଚୀ ସୂଚନା ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲା ବା ଭୁବନେଶ୍ୱରରେ ୫ଟି ସୂର୍ଯ୍ୟନଗର, ସୁନ୍ଦରପଦାରୁ ଯଦୁପୁର, ବମିଖାଲ ଓ ସତ୍ୟନଗର ଏବଂ କଟକରେ ୨ଟି ସ୍ଥାନ ସାଲେପୁର ଜୟରାମପୁର ଓ ବକ୍ସିବଜାରରୁ ତିନିକୋଣିଆ ବଗିଚା ଏଥିରେ ରହିଛି । ଆହୁରି ମଧ୍ୟ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଲାଲମେଣ୍ଟା ଗାଁ, ଯାଜପୁରର ବ୍ରହ୍ମବରଦା, କେନ୍ଦ୍ରାପଡ଼ାରେ ୧୨ଟି ଗାଁ, ଭଦ୍ରକର ଚରମ୍ପା ଓ ପୁରୁଣା ବଜାର ଅଞ୍ଚଳ । କଳାହାଣ୍ଡିର ୩ଟି ଗାଁ ଏବେ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି ।

୩ କୋଟି ୩୦ ଲକ୍ଷ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି

ରାଜ୍ୟର ଲୋକ ସଂଖ୍ୟା ହେଉଛି ସାଢ଼େ ୪ କୋଟି । ଏମାନଙ୍କ ମଧ୍ୟରୁ ୩ କୋଟି ୩୦ ଲକ୍ଷ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ । ଏହି ଲୋକଙ୍କ ମୁହଁରେ ଦାନା ଦେବାକୁ ମୁଖ୍ୟମନ୍ତ୍ରୀ ସଂକଳ୍ପ କରିଥିଲେ । ଯେମିତି କେହି ଭୋକିଲା ନରହିବେ ସେ ନେଇ ନିର୍ଦ୍ଦେଶ ଦେଇଥିଲେ । ସେଥିଲାଗି ତିନି ମାସ ପାଇଁ ଆବଶ୍ୟକ ରେସନ୍‌ ସାମଗ୍ରୀ ବ୍ୟବସ୍ଥା କରାଯାଇଛି । ମାର୍ଚ୍ଚ ୧୯ରୁ ଯୋଗାଣ ବିଭାଗ ଏହି କାମରେ ଲାଗିଛି ।

FOOD

ଏପର୍ଯ୍ୟନ୍ତ ୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଡାଲି, ଚାଉଳ, ଚିନି, ଅଟା ଲୋକଙ୍କ ପାଖରେ ପହଞ୍ଚିଛି । ପୁଣି ସାମାଜିକ ଦୂରତାକୁ ରକ୍ଷା କରି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟା ଯାଉଛି । ଅନେକ ଲୋକଙ୍କ ଘରେ ନେଇ ଜିନିଷ ପହଞ୍ଚା ଯାଇଛି । ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି । ଏହା ସହିତ ବିଭାଗର ସମସ୍ତ କର୍ମଚାରୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପାଳନ ପାଇଁ ଧନ୍ୟବାଦ ଦେଇଛନ୍ତି । ଏପ୍ରିଲ ୨୨ ତାରିଖ ଯାଏ ଏଭଳି ଖାଦ୍ୟ ଯୋଗାଣ କରାଯିବ ବୋଲି ସେ କହିଛନ୍ତି । ଏମିତିକି ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ମଧ୍ୟ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।

PATATO AND ONIONଆଳୁ, ପିଆଜି ଭଳି ଖାଦ୍ୟ ସାମଗ୍ରୀ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ମଧ୍ୟ ରାଜ୍ୟରେ ସର୍ଟେଜ୍‌ ନାହିଁ ବୋଲି ସେ କହିଛନ୍ତି । କୌଣସି ଜିନିଷର କିଛି ଅସୁବିଧା ହେଉନାହିଁ କି ଆଗକୁ ହେବ ନାହିଁ ବୋଲି ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।

କାଲି ଠାରୁ ମାସ୍କ ପିନ୍ଧିଥିବା ବାଧ୍ୟତା ମୂଳକ

ଆସନ୍ତାକାଲି ଠାରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଘରୁ ବାହାରିଲା ମାତ୍ରେ ମାସ୍କ ପିନ୍ଧିବେ । କେବଳ ଦୁଇ ବର୍ଷରୁ କମ୍‌ ପିଲା, ଶ୍ୱାସ ରୋଗୀ ଏବଂ ମୁର୍ଚ୍ଛା ରୋଗ ଥିବା ଲୋକେ ମାସ୍କ ପିନ୍ଧିବ ନାହିଁ । ନିଜ ଘରେ ମଧ୍ୟ ମାସ୍କ ତିଆରି କରି ପାରିବେ । ଲୁଣ ପାଣିରେ ଧୁଆ ହୋଇଥିବା କପଡ଼ା ମଧ୍ୟ ବାନ୍ଧି ପାରିବେ ବୋଲି ବାଗଚି ସୂଚନା ଦେଇଛନ୍ତି ।

MASK-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.