Below header

କରୋନାରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌, ଅବସ୍ଥାରେ ଅବନିତି ଘଟିବାରୁ ନିଆଗଲା ଆଇସିୟୁ

ବିଶ୍ୱ କରୋନା ଭାଇରସ୍‌ରେ ଆକ୍ରାନ୍ତ । ସେଲିବ୍ରେଟି ଠାରୁ ରାଜନେତା କାହାକୁ ଛାଡିନି କରୋନା । ନିକଟରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମାର୍ଚ୍ଚ ୨୭ ତାରିଖରେ ସେ କରୋନାରେ ଆକ୍ରାନ୍ତ ଥିବା କହିବା ସହ ନିଜକୁ ଆଇସୋଲେସନ୍‌ରେ ରଖିଥିଲେ । ଆଇସୋଲେସନ୍‌ରେ ଥାଇ ମଧ୍ୟ ସେ ଦେଶ କାର୍ଯ୍ୟରେ ନିଜକୁ ସମର୍ପିତ ରଖିଥିଲେ ।

ମାତ୍ର ଧିରେ ଧିରେ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଲଣ୍ଡନର ସେଣ୍ଟ୍‌ ଥମାସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲରୁ ଥାଇ ମଧ୍ୟ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ‘ଆମ୍ଭେ ସମସ୍ତେ ଏକାଠି ହେଲେ କରୋନାକୁ ପରାସ୍ତ କରିବା’ ବୋଲି କହିଛନ୍ତି । ଦେଶବାସୀଙ୍କ ଠାରୁ ଆରମ୍ଭ କରି ବିରୋଧି ଦଳ ପର୍ଯ୍ୟନ୍ତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ତାଙ୍କର ଅବସ୍ଥା ଖରାପ ଆଡକୁ ଗତି କରିବାରୁ ଏବେ ତାଙ୍କୁ ଲଣ୍ଡନ ସେଣ୍ଟ୍‌ ଥମାସ ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଏବେ ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅବସ୍ଥା ଧିରେ ଧିରେ ଅବନତି ଆଡ଼କୁ ଗତି କରୁଛି ।

ହେଲେ ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବହୁତ ଉତ୍ସାହିତ ଅଛନ୍ତି ଓ ତାଙ୍କ ନିର୍ଦ୍ଦେଶରେ ଦେଶରେ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ଙ୍କ ଆରୋଗ୍ୟ ପାଇଁ ବିଭିନ୍ନ ଦେଶର ନେତାମାନେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ପ୍ରକାଶଯୋଗ୍ୟ ଯେ ବ୍ରିଟେନ୍‌ରେ କରୋନା ମୃତକଙ୍କ ସଂଖ୍ୟା ୬ ହଜାର ଉପରେ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହଜାର ଉପରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.