ଆଜି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି, ଜାଣନ୍ତୁ ଆଜିର ଦିନରେ ମହତ୍ୱ ଏବଂ ବିଶେଷତ୍ୱ

ଆମେ ଓଡ଼ିଆ ଭାରି ବଢିଆ। ଏଠି ପାଳନ କରାଯାଏ ବାର ଓଷା ତେର ପର୍ବ। ହିନ୍ଦୁ ଧର୍ମାବଲମ୍ବୀମାନେ ପର୍ବ ପର୍ବାଣୀକୁ ବହୁତ ଖାସ ଢଙ୍ଗରେ ପାଳନ କରନ୍ତି। ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି। ଆଜିର ଦିନକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। କେହି କେହି ଏହାକୁ ଜଳ ସଂକ୍ରାନ୍ତି ଏବଂ ଠେକି ବସା ସଂକ୍ରାନ୍ତି ମଧ୍ୟ କୁହନ୍ତି। ଆଜି ଦିନର ସବୁଠାରୁ ଖାସ କଥା ହେଉଛି ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ। ପାର୍ବଣ ଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବହୁତ ଖାସ ହୋଇଥାଏ। କିନ୍ତୁ କଣ ଆପଣ କେବେ ଜାଣିଛନ୍ତି ଏହି ଦିନରୁ କାହିଁକି ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ ଏବଂ ଏହି ପବିତ୍ର ଦିନଟିକୁ ଲୋକେ କେମିତି ପାଳନ କରନ୍ତି। ତାହେଲେ ଆସନ୍ତୁ ଜାଣିବା ଏହି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ବିଶେଷତ୍ବ ବିଷୟରେ।

ପାଳନ

chaunraଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉଁରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଦହି, ଛେନା, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । 

ଏହି ସଂକ୍ରାନ୍ତିର ବିଶେଷତ୍ୱ

sankrantiଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ। ଏହି ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଦିନରେ ବର୍ଷର ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ୱତନ୍ତ୍ର ଭାବରେ ପୂଜା ଅର୍ଚ୍ଚନା, ଭୋଗ, ହୋମ ଆଦି କରାଯାଏ।

panaaସେହିପରି ଏହି ସମୟରେ ସୂର୍ଯ୍ୟକିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଦେହର ତାପକୁ ସାଧାରଣ କରିବା ପାଇଁ ଏହି ଦିନରେ ପଣା ପାନ କରାଯାଏ। ଏହି ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ଦେବଦେବୀ ମନ୍ଦିରରେ ବେଲ ପଣା ଭୋଗ ଦିଆଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି କୁହାଯାଏ। ଏହାସହିତ ଓଡିଆମାନେ ଘରେ ବେଲରେ ପଣା ପ୍ରସ୍ତୁତ କରି ପରିବାର, ସାହିପଡ଼ିଶା, ବନ୍ଧୁ ପରିଜନ ଏବଂ ବ୍ରାହ୍ମଣ ମାନଙ୍କୁ ଦିଆଯାଏ। ଲୋକେ ପଣାକୁ ଅଧିକ ସ୍ଵାଦଯୁକ୍ତ କରିବା ପାଇଁ ଏଥିରେ ବେଲ ସହିତ ଦହି, ଛେନା, ଗୁଡ଼, ଚିନି, କାଜୁ, କିସମିଶ, କଦଳୀ, ନଡ଼ିଆ ଏବଂ ଥଣ୍ଡା ବା ବରଫ ପାଣି ମିସାଇଥାନ୍ତି।

jhamuଏହାସହିତ ଏହି ଦିନ ଠାରୁ ଅର୍ଥାତ ପଣାସଂକ୍ରାନ୍ତି ଠାରୁ ପଥିକ ମାନଙ୍କର ତୃଷ୍ଣା ବା ଶୋଷ ନିବାରଣ ପାଇଁ ଜଳଛତ୍ର ଖୋଲାଯାଏ। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି ।

TULASHI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.