ସବୁବେଳେ ସବୁଠି ଆମ ଓଡ଼ିଶା ତତ୍ପର! ‘ପୁଣି ହସିବ ଓଡିଶା’ ହାରିବ କାରୋନା, ଦେଖନ୍ତୁ ଏ ସୁନ୍ଦର ଭିଡିଓ

ଆମେ ଓଡ଼ିଆ ସବୁ କାମରେ ଆଗୁଆ। ଓଡ଼ିଶା ନିଜ କାମର ତତ୍ପରତାରେ ଚାରିଆଡେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେ ଲକଡାଉନ ବୃଦ୍ଧି ହେଉ କିମ୍ବା ରାଜ୍ୟରେ ଆଗୁଆ କୋଭିଡ ହସ୍ପିଟାଲ ହେଉ କାରୋନାର ମୁକାବିଲା ପାଇଁ ସବୁବେଳେ ଓଡିଶା ଆଗରେ। ସେହିପରି ଓଡିଶାବାସୀଙ୍କ ମନରୁ କାରୋନାର ଭୟ ବାହାର କରିବା ତଥା ଆପଣ ସଂଘର୍ଷ କରୁନାହାନ୍ତି ବରଂ ଆମେ ଏକ। ଏକତ୍ରିତ ହୋଇ କାରୋନାର ମୁକାବିଲା କରିବା।

ତେବେ ଏହାକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏକ ମ୍ୟୁଜିକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି। ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିବା ସହିତ ଲୋକଙ୍କ ମନରେ ନୂଆ ଆଶାର କିରଣ ଆଣୁଛି। ଏହି ଭିଡିଓକୁ ବହୁତ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ଓଲିଉଡ କଳାକାରମାନେ ମଧ୍ୟ ନଜର ଆସୁଛନ୍ତି। ସବୁଠାରୁ ଖାସ କଥା ହେଉଛି ସମସ୍ତେ ନିଜ ନିଜ ଘରେ ରହି ଏହି ଭିଡ଼ିଓ ପାଇଁ ସୁଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.