ଓଡ଼ିଶାରେ କରୋନାର ସ୍ଥିତି : ୪୮ ଘଣ୍ଟାରେ କେହି ପଜେଟିଭ୍‌ ନାହାନ୍ତି, କମିିଛି ଡବଲିଂ ହାର

ଭୁବନେଶ୍ୱର : ରାଜ୍ୟ ପାଇଁ ବହୁତ ବଡ଼ ଖୁସି ଖବର ହେଉଛି ଗତ ୪୮ ଘଣ୍ଟା ଭିତରେ କୌଣସି କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନାହାନ୍ତି । ପୁଣି କମିଛି ପଜେଟିଭ୍‌ କମିିଛି ଡବଲିଂ ହାର । ଏବେ ସୁଦ୍ଧା ରାଜ୍ୟରେ ୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ମାର୍ଚ୍ଚ ୧୪ ତାରିଖରୁ ଏପ୍ରିଲ ୨ ତାରିଖ ଯାଏ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ମାର୍ଚ୍ଚ ୧୯, ୨୬, ୩୧ରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏପ୍ରିଲ ୧ ତାରିଖରେ ଆଉ ଗୋଟିଏ ପଜିଟିଭ କେସ ଆସିଥିଲା । ତେବେ ଏପ୍ରିଲ ୩ରୁ ୯ ପର୍ଯ୍ୟନ୍ତ ପରିସ୍ଥିତି ବିଗିଡିବରେ ଲାଗିଲା । ପ୍ରାୟ ୨୦ ଗୁଣ ବଢ଼ିଥିଲା ସଂଖ୍ୟା । ଏପ୍ରିଲ ୩ରେ ୧୫, ୪ରେ ଗୋଟିଏ ଏବଂ ୫ ତାରିଖରେ ଆସିଥିଲା ୧୮ଟି ନମୂନାର ପଜେଟିଭ ରିପୋର୍ଟ । ପୁଣି ୬ ତାରିଖରେ ଗୋଟିଏ ଓ ୭ ତାରିଖରେ ୨ଟି କେସ ଆସିଥିବା ବେଳେ ଏପ୍ରିଲ ୯ରେ ଚିହ୍ନଟ ହୋଇଥିଲେ ୬ ଜଣ ଆକ୍ରାନ୍ତ । ଏହି ୭ ଦିନ ମଧ୍ୟରେ ଆସିଥିଲା ୪୩ଟି ମାମଲା । ଏହା ପରେ କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ODISHA-1ଏପ୍ରିଲ ୧୦ରୁ ଗତକାଲି ପର୍ଯ୍ୟନ୍ତ ମାତ୍ର ୧୨ଟି ପଜେଟିଭ କେସ୍‌ ଆସିଛି । ଏପ୍ରିଲ ୧୦ରେ ୨ଟି, ୧୧ରେ ୪ଟି ମାମଲା ଆସିଥିଲା । ୧୩ ଏପ୍ରିଲରେ ୨, ୧୪ରେ ଆଉ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ଦୁଇ ଦିନ ହେଲା ଗୋଟିଏ ବି ପଜେଟିଭ କେସ୍‌ ଚିହ୍ନଟ ହୋଇ ନାହିଁ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ରାଜ୍ୟରେ କରୋନା ଜଣଙ୍କର ଜୀବନ ନେଇଛି ।
ଯଦି ଏହି ଭଳି ଭାବେ ସରକାରଙ୍କ ନିୟମ ଓ ଜନସାଧାରଣଙ୍କ ସହଯୋଗ ଭିତରେ ସମନ୍ଵୟ ରହିବ ତେବେ ଓଡ଼ିଶା ଅତି ଶୀଘ୍ର କରୋନାକୁ ମାତ୍‌ ଦେଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.