ଆହୁରି ତାତିଲା ପଶ୍ଚିମ ଓଡ଼ିଶା, ସୋନପୁରରେ ୪୨ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ସୋନପୁରରେ ତାତି ଥିଲା ୪୨.୨ ଡିଗ୍ରୀ ସେଲସିୟସ୍‌ । ମୋଟ୍‌ ୭ଟି ସହରରେ ଆଜି ପାରଦ ୪୦ ଡିଗ୍ରୀ ଉପରେ ଥିଲା । ବଲାଙ୍ଗିର ଓ ଅନୁଗୁଳରେ ୪୧.୫, ତାଳଚେର ୪୧.୪, ଟିଟିଲାଗଡ଼ ଓ ବୌଦ୍ଧରେ ୪୧.୨ ଡିଗ୍ରୀ, ମାଲକାନଗିରିରେ ୪୦ ଡିଗ୍ରୀ ରହିଥିଲା । ଉପକୂଳ ତୁଳନାରେ ପଶ୍ଚିମ ଓଡ଼ିଶା ଅଧିକ ତାତିଥିଲା । ୯ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଠାରୁ ଅଧିକ ରହିଥିଲା । ଆଜି ରାଜଧାନୀ ଭୁବନେଶ୍ୱରରେ ୩୭.୪ ଏବଂ କଟକରେ ୩୬.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

SONEPURଗତ ୨୪ ଘଣ୍ଟା ମଧ୍ୟରେ କେବଳ ବାରିପଦାରେ ସାମାନ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।

 

TEMP-1

TEMP-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.