Below header

ଆଗେ ମିଛ କହିଥିଲା ଏବେ ସତ କହିଲା ଚୀନ୍‌, ବୁହାନ୍‌ ମୃତ୍ୟୁ ତାଲିକାରେ କଲା ସଂଶୋଧନ

କରୋନା ଭାଇରସର ଗ୍ରାଉଣ୍ଡ ଜିରୋ ସହର ବୁହାନ୍‌ ସ୍ୱାଭାବିକ ହେଲାଣି। ହେଲେ ବୁହାନ୍‌ର ମୃତ୍ୟୁ ସଂଖ୍ୟା ହଠାତ୍ ୫୦ ପ୍ରତିଶତ ବଢି ଯାଇଛି। ଚୀନ୍ ଉପରେ ସାରା ବିଶ୍ୱର ସଂଦେହ ଦୃଷ୍ଟି ପଡିବା ପରେ ତାଲିକା ସଂଶୋଧନ କରିଛି ବେଜିଂ। ସଂଶୋଧିତ ତାଲିକାରେ ବୁହାନ୍‌ରେ ୧୨ ଶହ ୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଜିଂ ଦର୍ଶାଇଛି। ଏହି ସଂଖ୍ୟା ମିଶିବା ପରେ ବୁହାନ୍‌ର ମୃତ୍ୟୁ ସଂଖ୍ୟା ୩ ହଜାର ୮୬୯ରେ ପହଞ୍ଚିଛି। ଏଥିସହ ଚୀନ୍ର ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୬୩୨କୁ ବୃଦ୍ଧି ପାଇଛି।

CHINA

ଚୀନ୍ ତଥ୍ୟ ଲୁଚାଉଛି ବୋଲି ସାରା ବିଶ୍ୱ ସଂଦେହ ପ୍ରକାଶ କରିଥିଲା। ପାଶ୍ଚାତ୍ୟ ଦେଶ ଗୁଡ଼ିକର ଚାପ ପଡିଥିଲା ଚୀନ୍ ଉପରେ। ଆମେରିକା ଧମକ ଦେଇଥିଲା । WHO ର ପାଣ୍ଠି କାଟିବା ବେଳେ ଟ୍ରମ୍ପ କହିଥିଲେ ଚୀନ୍ ତଥ୍ୟ ଲୁଚାଉଛି। ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ ବୋଲି ଚେତାବନୀ ଦେଇଥିଲେ। ଟ୍ରମ୍ପଙ୍କ ଚେତାବନୀର ଦିନକ ପରେ ଚୀନ୍ ତାର ମୃତ୍ୟୁ ସଂଖ୍ୟା ଅପଡେଟ୍ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.