ଇଂଲଣ୍ଡର ଏହି କ୍ରିକେଟରଙ୍କୁ ନିଜ ସ୍ତ୍ରୀଙ୍କ ହାତରେ ଚୁଟି କଟେଇବା ପଡିଲା ମହଙ୍ଗା, ଉପର ପଟୁ ହୋଇଗଲା ଏଭଳି ଅବସ୍ଥା

କିଛିଦିନ ପୂର୍ବରୁ କ୍ୟାପଟେନ ବିରାଟ କୋହଲି ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କର ଚୁଟି କାଟୁଥିବାର ନଜର ଆସିଥିଲେ। ଏହାପରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ମଧ୍ୟ ଏମିତି ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କର ହେୟାର କଟ କରୁଥିବା ଦେଖାଯାଇଥିଲା।

ଯଦିଓ ଏହି ଦୁଇ ଖେଳାଳି ନୂଆ ହେୟାର କଟରେ ସୁନ୍ଦର ଦେଖାଯାଉଥିଲେ। କିନ୍ତୁ ଇଂଲଣ୍ଡର ଜଣେ କ୍ରିକେଟରଙ୍କୁ ଏମିତି କରିବା ଭାରି ପଡିଯାଇଛି। ପୂର୍ବତନ ବ୍ୟାଟ୍ସମ୍ୟାନ ରୋବର୍ଟ କି ଟୁଇଟରରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ତାଙ୍କ ମୁଣ୍ଡରୁ ଅଧା ଚୁଟି ନ ଥିବା ଦେଖିବାକୁ ମିଳୁଛି। ସେ କ୍ୟାପସନ ଲେଖିଛନ୍ତି ଯେ ‘ଫ୍ଲୟୁର ଏବେ ତୁମେ କେବେ ବି କେଉଁ ହେୟାରଡ୍ରେସରଙ୍କୁ ଖରାପ କହିବ ନାହିଁ’।

ପ୍ରକୃତ କଥା ହେଲା, ରୋବର୍ଟଙ୍କ ସ୍ତ୍ରୀ ତାଙ୍କ ଚୁଟି କାଟିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଗଡ଼ବଡ଼ କରିଦେଇଥିଲେ। ତେବେ ଏହି ଟୁଇଟର ଜବାବରେ ରୋବର୍ଟଙ୍କ ସ୍ତ୍ରୀ ଲେଖିଥିଲେ, ‘କ୍ଷମା କରିବ। କିନ୍ତୁ ତୁମେ ହିଁ ତ କହିଥିଲ ଉପରୁ ଆଡୁ କରିବ’। ରୋବର୍ଟଙ୍କ ଏହି ପୋଷ୍ଟରେ ସାମ ବିଲିଙ୍ଗସ ଓ ସାଇମନ ଜୋନ୍ସ ସ୍ମାଇଲି ଇମୋଜି ସହିତ ପ୍ରତିକ୍ରିୟା ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.