ରବି ମିତ୍ତଲ ରବିବାର କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗର ନୂଆ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରାଧେଶ୍ୟାମ ଜୁଲାନିୟାଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମିତ୍ତଲ ହେଉଛନ୍ତି ବିହାର କ୍ୟାଡରର ୧୯୮୬ ବ୍ୟାଚ୍ର ଜଣେ ଆଇଏଏସ୍ ଅଫିସର। ଏହି ନିଯୁକ୍ତି ପୂର୍ବରୁ ସେ ସୂଚନା ଓ ପ୍ରସାରଣ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସୂଚନାଯୋଗ୍ୟ, ଜୁଲାନିୟା ୨୦୧୯ ଫେବୃୟାରୀରେ କ୍ରୀଡ଼ା ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ।