ବୈଶାଖରେ ବର୍ଷାର ପ୍ରଭାବ: କାନ୍ଥ ଭୁଶୁଡି ଗୋଟିଏ ପରିବାରର ୪ ଗୁରୁତର

ଟାଙ୍ଗୀ :ଗତକାଲି ରାତିରେ କାଳ ବୈଶାଖରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଗ୍ରାମ ପଞ୍ଚାୟତ ରତନପୁର ପାଟଣା ସାହିରେ ଘଟିଛି ଅଘଟଣ । ମହେନ୍ଦ୍ର ସାହୁଙ୍କ ପରିବାର ରାତିରେ ଖାଇ ପିଇ ସାରି ସମସ୍ତେ ଶୋଇଥିଲେ । ବିଳମ୍ବିତ ରାତିରେ ଅଚାନକ ସେମାନଙ୍କ ଉପରେ ଦୁଇ ବଖରା ଘରର କାନ୍ଥ ଭୁଶୁଡ଼ି ପଡିଯାଇଥିଲା । ସେମାନଙ୍କର ଚିତ୍କାର ଶୁଣି ପାଖ ପଡିଶା ଆସି ପଥର କାନ୍ଥ ତଳୁ ସେମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲକୁ ନେଇଥିଲେ ।

ambulanceସେଠାରେ ମହେନ୍ଦ୍ର ସାହୁ ତାଙ୍କ ପତ୍ନୀ କମଳା ସାହୁ ଓ ତାଙ୍କ ସାନଭାଇ ଙ୍କ ପତ୍ନୀ ଶାନ୍ତି ସାହୁଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଛି । ଆଉ ସାନଭାଇ ରବୀନ୍ଦ୍ର ସାହୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛଡ଼ାଯାଇଛି । ଅଘଟଣ ଖବର ପାଇ ରାଜସ୍ୱ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶ୍ରୀ ସାହୁଙ୍କ ଘର ପ୍ରରିଦର୍ଶନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.