ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା, କିନ୍ତୁ ଏହି ପଞ୍ଚାୟତ ଅଫିସରେ ଝୁଲୁଛି ତାଲା

ବାଙ୍କୀ (କେନ୍ୟୁଜ) : କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି। ହେଲେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆ କିଭଳି ଫେରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କୁ ଜିଲ୍ଳାପାଳ କ୍ଷମତା ପ୍ରଦାନ କରିଥିବାବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ସରପଞ୍ଚ ଆସୁନାହାନ୍ତି କି ବ୍ଲକ ସ୍ତରୀୟ କର୍ମଚାରୀଙ୍କର ମଧ୍ୟ ଦେଖାନାହିଁ। ଯାହାଫଳରେ ପ୍ରବାସୀ ଓଡ଼ିଆଙ୍କ ପରିବାର ଲୋକେ ରେଜିଷ୍ଟ୍ରେସନ କରିବା ପାଇଁ ଯାଇଥିବାବେଳେ ପଞ୍ଚାୟତ କାର୍ଯ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ତାଲା ପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ବ୍ଲକର ବାଉଁଶ ପୁଟ ଗ୍ରାମରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.