ଯଦି ଆପଣଙ୍କର ବ୍ୟାଙ୍କରେ ଜରୁରୀ କାମ ଅଛି, ତେବେ ଜଲଦି ସାରିଦିଅନ୍ତୁ। ବିଭିନ୍ନ ଛୁଟି ଲାଗି ମେ ମାସରେ ଦେଶର ବିଭିନ୍ନ ପ୍ରାନ୍ତରେ ମଇ ମାସରେ ପ୍ରାୟ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଣୁ ନିଜର ଜରୁରୀ କାମ କରିବାକୁ ଥିଲେ ଶୀଘ୍ର ସାରିବାକୁ ଲୋକଙ୍କୁ ପରାମର୍ଶ ରହିଛି। ପହିଲାରେ ଶ୍ରମିକ ଦିବସ ପଡୁଛି। ବୁଦ୍ଧପୂର୍ଣ୍ଣିମା ଏବଂ ଇଦ୍ ମଧ୍ୟ ମେ ମାସରେ ରହିଛି। ଶନିବାର ଏବଂ ରବିବାର ଛୁଟି ମଧ୍ୟ ଅଲଗା ରହିଛି।
ଅନ୍ୟ ଛୁଟିଗୁଡିକ ମଧ୍ୟରେ ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀ ସମେତ ଅନ୍ୟ ରାଜ୍ୟରେ କିଛି ଭିନ୍ନ ଛୁଟି ରହିଛି। ସାଧାରଣତଃ ୮ରୁ ୧୩ ଦିନ ବ୍ୟାଙ୍କ ଛୁଟି ରହିବ। ଲକ ଡାଉନ କାରଣରୁ ବ୍ୟାଙ୍କରେ ଏବେ କର୍ମଚାରୀଙ୍କ ସଂଖ୍ୟା କମାଯାଇଛି। ଘରୋଇ ବ୍ୟାଙ୍କଗୁଡିକ ସେମାନଙ୍କ କାର୍ଯ୍ୟ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। କେତେକ ଘରୋଇ ବ୍ୟାଙ୍କ ଦିନ ଗୋଟାଏରେ ବନ୍ଦ ହେଉଥିବା ବେଳେ ସରକାରୀ ବ୍ୟାଙ୍କର କାର୍ଯ୍ୟ ସମୟରେ ସକାଳ ୮ରୁ ଦିନ ୨ ଟା କରାଯାଇଛି।