ସରୋଜିନୀ ନାଇଡ଼ୁଙ୍କ ଭୂମିକାରେ ନଜର ଆସିବେ ରାମାୟଣର ସୀତା, ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର

ପ୍ରାୟ ୩୦ ବର୍ଷ ବ୍ୟବଧାନ ପରେ ରାମାନନ୍ଦ ସାଗରଙ୍କ “ରାମାୟଣ”ର ପୁନଃ ପ୍ରସାରଣ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏହାର ସମସ୍ତ କଳାକାର । ବିଭିନ୍ନ ସୋସିଆଲ ମିଡିଆରେ ବି ସେମାନଙ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ଏଭିତରେ ରାମାୟଣରେ ସୀତାଙ୍କ ଭୂମିକା ନିଭେଇ ଥିବା ଅଭିନେତ୍ରୀ ଦୀପିକା ଚିଖେଳିଆ ନିଜ ଆଗାମୀ ସିନେମାର ଅଫିସିଆଲ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ଦୀପିକା ସରୋଜିନୀ ନାଇଡ଼ୁଙ୍କ ଜୀବନୀ ଉପରେ ଆଧାରିତ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଟିର ପ୍ରଥମ ପୋଷ୍ଟର ନିଜେ ଦୀପିକା ହିଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

sarojini

ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି, ସରୋଜିନୀ ନାଇଡୁ….ପ୍ରଥମ ଲୁକ….ପୋଷ୍ଟର । ପୋଷ୍ଟର ଜରିଆରେ ଫିଲ୍ମ ଟିକୁ ସ୍ୱତନ୍ତ୍ରତା ଆନ୍ଦୋଳନ ସମୟର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଅକୁହା କାହାଣୀ ଭାବେ ଦର୍ଶାଯାଇଛି । ଏବାବଦରେ ଦୀପିକା କହିଛନ୍ତିଯେ, ତାଙ୍କୁ ନିର୍ଦ୍ଦେଶକ ଧୀରଜ, ସରୋଜିନୀ ନାଇଡୁଙ୍କ ବାୟୋପିକ ପାଇଁ ଅଫର କରିଥିଲେ ବି ଏହାର କାହାଣୀ ବାବଦରେ ସେତେଟା କିଛି କହି ନାହାନ୍ତି । କିନ୍ତୁ ଦୀପିକା କିନ୍ତୁ ସରୋଜିନୀଙ୍କ ଜୀବନୀକୁ ଧ୍ୟାନର ସହ ପଢୁଛନ୍ତି । ଅନ୍ୟ ପକ୍ଷରେ ଦୀପିକା ବି ସରୋଜିନୀ ନାଇଡୁଙ୍କ ଚରିତ୍ରକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ।

ତାଙ୍କ ଅନୁଯାୟୀ ରାମାୟଣରେ ସୀତାଙ୍କ ଚରିତ୍ର ନିଭେଇବା ତାଙ୍କ ପାଇଁ ସେତେଟା କଠିନ ନଥିଲା । କାରଣ ସେସମୟରେ ତାଙ୍କୁ କେହିବି ଜାଣି ନଥିଲେ । କିନ୍ତୁ ଏତେ ଲୋକପ୍ରିୟତା ଅର୍ଜନ କରିବା ପରେ କୌଣସି ଭୁଲ କରିବସିଲେ ପରିସ୍ଥିତି ଜଟିଳ ହୋଇପାରେ । କହିରଖିବା ଉଚିତ ହେବକି, ୧୯୮୩ ରୁ ଆରମ୍ଭ କରି ୧୯୯୪ ମସିହା ପର୍ଯ୍ୟନ୍ତ ଦୀପିକା ଅନେକ ଫିଲ୍ମରେ କାମ କରିଛନ୍ତି । ପୂର୍ବ ଥର ସେ ଫିଲ୍ମ “ଵାଲା” ରେ ନଜର ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.