ମହାରାଷ୍ଟ୍ରରୁ ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯାଉଥିବା ବେଳେ ଓଡ଼ିଶାକୁ ଆସୁନାହିଁ କୌଣସି ଟ୍ରେନ, ଅସନ୍ତୋଷ ପ୍ରକାଶ କଲେ ଶ୍ରମିକ

କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ବହୁ ପ୍ରବାସୀ ଓଡ଼ିଆ । ମହାରାଷ୍ଟ୍ରରୁ ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯାଉଥିବା ବେଳେ ଓଡ଼ିଶାକୁ କୌଣସି ଟ୍ରେନ ଯାଉନାହିଁ । ଯାହାକୁ ନେଇ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଓଡ଼ିଶା ହାଇକୋର୍ଟଙ୍କ ରାୟ ଅନୁସାରେ କୋଭିଡ ଟେଷ୍ଟ ବିନା ପ୍ରବାସୀ ଓଡ଼ିଆ ଶ୍ରମିକ ଓଡ଼ିଶାରେ ପାଦ ରଖିପାରିବେ ନାହିଁ । ଏହା ମହାରାଷ୍ଟ୍ରରରେ ଥିବା ଓଡ଼ିଆ ଶ୍ରମିକଙ୍କୁ ଅଧିକ ଚିନ୍ତାରେ ପକାଇଛି ।

ନିୟମ ଅନୁସାରେ ସମସ୍ତେ ଅନ୍‌ଲାଇନ ପଞ୍ଜିକରଣ କରିବା ସହ ମେଡିକାଲ ଫିଟନେସ୍‌ ସାର୍ଟିଫିକେଟ ଆଣିଛନ୍ତି । ଏହାସହ ଶ୍ରମିକମାନଙ୍କୁ ପୋଲିସ ଷ୍ଟେସନ ପକ୍ଷରୁ ଡକାଯାଇ ୩୦ ଜଣିଆ ଗ୍ରୁପ ଗଠନ କରାଯାଇଛି । ଯାହାଫଳରେ ଆଗକୁ ଟ୍ରେନ ଯିବା ନେଇ ସମସ୍ତ ତଥ୍ୟ ଗ୍ରୁପ ଲିଡରଙ୍କୁ ଦିଆଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.